କନକ ବ୍ୟୁରୋ: ଓଡିଶାର ଗର୍ବ, ଗୌରବ, ଐତିହ ବହନ କରୁଥିବା କୋଣାର୍କ ଚକରେ ଫାଟ । ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ କୋଣାର୍କ ଚକ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଶ୍ୱନେତାଙ୍କୁ ସ୍ୱାଗତ କରାଯାଉଥିବା ମଞ୍ଚର ପ୍ରଚ୍ଛଦପଟରେ ସ୍ଥାନ ପାଇଥିଲା କୋଣାର୍କ ଚକ୍ରର ପ୍ରତିକୃତି । ମାତ୍ର ଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିବା ପ୍ରକୃତ ଚକ୍ରରେ ଦେଖାଦେଇଛି ଫାଟ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଚକରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।

Advertisment
  • ଦିଲ୍ଲୀରେ ଚମକିଲା, କୋଣାର୍କରେ ଅବହେଳା
  • ରକ୍ଷଣାବେକ୍ଷଣ ଅଭାବରୁ ଚକରେ ଫାଟ!

ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ମୁଖିଆମାନଙ୍କୁ କୋଣାର୍କ ଚକର ବିଶେଷତ୍ୱ ବୁଝାଇଛନ୍ତି । ତେବେ କୋଣାର୍କ ସୂର୍ଯ୍ୟମନ୍ଦିରର ବାସ୍ତବ ଚିତ୍ର ଭିନ୍ନ । ପ୍ରଧାନମନ୍ତ୍ରୀ ଦେଖାଉଥିବା ଛବି ଓ ବର୍ତମାନର ଚକ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଏବେ ମନ୍ଦିରରେ ଥିବା ସୂଷ୍ମ କାରୁକାର୍ଯ୍ୟ ନଷ୍ଟ ହେବ ସହ ଚକ ମଧ୍ୟ ଫାଟିଗଲାଣି ବୋଲି ପର୍ଯ୍ୟଟକ କହିଛନ୍ତି ।

କୋଣାର୍କ ମନ୍ଦିରରେ ଚକର ଜରାଜୀର୍ଣ୍ଣ ଅବସ୍ଥା ପର୍ଯ୍ୟଟକ ଓ ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି । କୋଣାର୍କ ଚକକୁ ନେଇ ଅନେକ ପୌରାଣିକ ତତ୍ୱ ରହିଛି । ମନ୍ଦିରରେ ୧୨ ଯୁଗଳ ଚକ ଯୋଗୁଁ ମନ୍ଦିର ରଥ ଆକୃତିର ଦେଖାଦେଇଥାଏ । ଚକଗୁଡିକ ସମୟକୁ ଦର୍ଶାଇଥାଏ । କିନ୍ତୁ ଏବେ ଏହି ଚକର ଅବସ୍ଥାକୁ ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ସେପେଟ କୋଣାର୍କ ଚକର ଅବସ୍ଥା ନେଇ ଏଏସଆଇ ଅଧିକାରୀ କହିଛନ୍ତି, ଚକରେ କୌଣସି ଫାଟ ସୃଷ୍ଟି ହୋଇନାହିଁ । ପୂର୍ବ ଅପେକ୍ଷା ଏବେ ଭଲ ଅବସ୍ଥାରେ ଅଛି ।

କୋଣାର୍କ ମନ୍ଦିର ହେଉଛି ବିଶ୍ୱ ଐତିହ୍ୟ । ଆଉ ଏହି ସୁଷ୍ମ କାରୁକାର୍ଯ୍ୟର୍ର ରକ୍ଷଣାବେକ୍ଷଣରେ କେଉଁଠି ଅସୁବିଧା ରହୁଛି, ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।