ସମ୍ବଲପୁରରେ ନିଆରା ପ୍ରତିଯୋଗିତା : ଯିଏ ଅଧିକ କଙ୍କଡ଼ା ଧରିବ ତାକୁ ପୁରସ୍କାର ଦିଆଯିବ

ଯୁବକମାନଙ୍କୁ ସଂଗଠିତ କରିବା ପାଇଁ ଅନ୍ଧାରି ଗାଁରେ ଆୟୋଜନ ହେଲା କଙ୍କଡ଼ା ଧରା ପ୍ରତିଯୋଗିତା

867

କନକ ବ୍ୟୁରୋ : ସମ୍ବଲପୁର ଯୁଜୁମୁରା ଅନ୍ଧାରୀ ଗାଁରେ ଅଜବ ପ୍ରତିଯୋଗିତା । ଯୁବକମାନଙ୍କୁ ସଂଗଠିତ କରିବା ପାଇଁ ଅନ୍ଧାରି ଗାଁରେ ଆୟୋଜନ ହେଲା କଙ୍କଡ଼ା ଧରା ପ୍ରତିଯୋଗିତା । ଏଥିରେ ଯିଏ ଅଧିକ କଙ୍କଡ଼ା ଧରିବ ତାକୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ । ଏହି ପ୍ରତିଯୋଗିତାରେ ନିକଟସ୍ଥ ନାଳ, ଚୂଆରୁ କଙ୍କଡ଼ା ଧରିବାକୁ ପଡ଼ିଥାଏ । ୩୫ ଜଣ ପ୍ରତିଯୋଗୀ ଏଥିରେ ଭାଗ ମଧ୍ୟ ନେଇଥିଲେ । ଗାଁର ସଂଜୀବ ବିଶ୍ୱାଳ ଏବଂ ତାଙ୍କର କିଛି ସହଯୋଗୀ ମିଶି ଏହି ପ୍ରତିଯୋଗିତାକୁ ଆୟୋଜନ କରିଥିଲେ । ଯୁବକମାନେ ମୋବାଇଲରୁ ନିଜକୁ ଦୂରରେ ରଖି ହଜିଯାଉଥିବା ଖେଳ ପ୍ରତି କିପରି ଆକୃଷ୍ଟ ହେବେ ସେନେଇ ଏଭଳି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ।