କନକ ବ୍ୟୁରୋ: ସିପିଆଇ(ଏମ) ନିଜର ବାମଦଳ ସହଯୋଗୀଙ୍କୁ ନେଇ ନଭେମ୍ବର ୧୫ରେ ରାଜଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବ । ତେବେ ଏହାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ରାଜ୍ୟ ସରକାର ଏବଂ ସିପିଆଇଏମ ନେତାଙ୍କ ମଧ୍ୟ ଆରୋପ ପ୍ରତ୍ୟାରୋପ ଜାରିରହିଛି । ସେପଟେ ଏହି ମାମଲାରେ ବର୍ତ୍ତମାନ ସିଧାସଳଖ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ସେ କହିଛନ୍ତି, ମୁଁ ସେମାନଙ୍କ ଧାରଣା ଦେବାକୁ ଅପେକ୍ଷା କରିଛି । ମୁଁ ଅନୁରୋଧ କରୁଛି ଯେ ଏହାକୁ ୧୫ ତାରିଖରେ ରଖନ୍ତୁ ନାହିଁ । ମୁଁ ରାଜଭବନରେ ଥିବା ବେଳେ ପ୍ରଦର୍ଶନ କରିଦେଖାନ୍ତୁ । ମୁଁ ବିରୋଧ ପ୍ରଦର୍ଶନସ୍ଥଳକୁ ଆସିବି ସେଠାରେ ଖୋଲା ବିତର୍କ ପାଇଁ ମୁଁ ଆହ୍ୱାନ ଦେଉଛି ।

Advertisment

ରାଜ୍ୟପାଳ ସରକାରଙ୍କ ଉପରେ କୂଳପତିଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ ରୋକିବା ନେଇ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତ. ଏଭଳି ସ୍ଥିତି ସୃଷ୍ଟି କରାଯାଉଛି ଯେଉଁଠି କୂଳପତିଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ରୋକାଯାଉଛି । ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ କରୁଛନ୍ତି, ସେ ଜାଣିପାରୁନାହାନ୍ତି ମୁଁ କିଏ? ମୋତେ ଜଣା ଅଛି କେଉଁଭଳି କୁନ୍ନରରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ପୋଲିସ ଦ୍ୱାରା ଗିରଫ ଜଣେ ବ୍ୟକ୍ତିଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ କରାଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟପାଳ କୌଣସି ନିର୍ବାଚିତ ପଦବୀ ନୁହେଁ । ଯଦି କୌଣସି ସ୍ଥାନରେ ଲାଗୁଛି ମୁଁ ଭୁଲ କରିଛି ତେବେ ଆପଣ ରାଷ୍ଟ୍ରପତିଙ୍କ ପାଖକୁ ଯାଇପାରିବେ । ଯଦି ମୁଁ କୌଣସି ଆଇନର ଉଲ୍ଲଙ୍ଘନ କରିଛି ତେବେ ମୁଁ ଦୋଷୀ । ଆପଣ ଏନେଇ କୋର୍ଟରେ ମଧ୍ୟ ଆବେଦନ କରିପାରିବେ । ମୁଁ କୌଣସି ନିର୍ବାଚିତ ପଦରେ ବସିନାହିଁ । ଲୋକମାନେ ମୋତେ ପ୍ରଶ୍ନ କରୁଛନ୍ତି ଯେ କଣ କେରଳରେ ସମସ୍ତ ଚାକିରି ସିପିଆଇଏମ କ୍ୟାଡରର ଲୋକଙ୍କ ପାଇଁ ସଂରକ୍ଷିତ ରହିଛି କି?