ବିଧାନସଭା ଟିକେଟ ଘୋଷଣା କଲା ସିପିଆଇ(ଏମ): ଚତୁର୍ଥ ଥର ପାଇଁ ବଣାଇର ବିଧାୟକ ପ୍ରାର୍ଥୀ ହେଲେ ଲକ୍ଷ୍ମଣ ମୁଣ୍ଡା

361

କନକ ବ୍ୟୁରୋ: ବିଧାନସଭା ପାଇଁ ଟିକେଟ ଘୋଷଣା କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି । କେବଳ ବଣାଇ ଆସନ ପାଇଁ ଦଳ ଟିକେଟ ଘୋଷଣା କରିଛି । ବଣାଇରୁ ଚତୁର୍ଥଥର ପାଇଁ ଲକ୍ଷ୍ମଣ ମୁଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବର୍ତ୍ତମାନ କମ୍ୟୁନିଷ୍ଟ ଦଳର ଲକ୍ଷ୍ମଣ ମୁଣ୍ଡା ବିଧାୟକ ରହିଛନ୍ତି । ତାଙ୍କ ବିରୋଧରେ ବିଜେପି ସେବତୀ ନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।

ଲକ୍ଷ୍ମଣ ମୁଣ୍ଡା ୨୦୦୯ରେ ଏହି ଆସନରୁ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ହୋଇଥିଲେ । ହେଲେ ହାରିଯାଇଥିଲେ । କିନ୍ତୁ ୨୦୧୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଦୟାନିଧି କିଷାନଙ୍କୁ ହରାଇ ବିଧାୟକ ହୋଇଥିଲେ । ସେହିପରି ୨୦୧୯ରେ ବି ବିଜେଡିର ରଞ୍ଜିତ କିଷାନଙ୍କୁ ହରାଇ ପୁଣି ଲକ୍ଷ୍ମଣ ମୁଣ୍ଡା ବିଧାୟକ ହୋଇଥିଲେ । ଏବେ ପୁଣି ଦଳ ତାଙ୍କୁ ପ୍ରାର୍ଥୀ କରିଛି । ତେବେ ଦେଖିବା ବାକି ରହିଲା ଏହି ଆସନରୁ ବିଜେଡି କାହାକୁ ଟିକେଟ ଦେଉଛି ।