ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । କମିଶନଙ୍କ ଆଗରେ ଫେରାଦ ହେଲେ ସିପିଏମ ଓ କଂଗ୍ରେସ

Advertisment
ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । କମିଶନଙ୍କ ଆଗରେ ଫେରାଦ ହେଲେ ସିପିଏମ ଓ କଂଗ୍ରେସ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଫେରାଦ ହେଲେ କଂଗ୍ରେସ ଓ ସିପିଆଇ । ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ଦଳ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ଅଭିଯୋଗ କରିଛନ୍ତି କଂଗ୍ରେସ ଓ ସିପିଆଇ । ପ୍ରଥମ ଥର ଭୋଟ ଦେଉଥିବା ଯୁବକଯୁବତୀଙ୍କୁ ବାଲାକୋଟ ଆକ୍ରମଣ କରିଥିବା ଦଳକୁ ଭୋଟ ଦେବାକୁ ମୋଦି ଅନୁରୋଧ କରିଥିଲେ ।

publive-image

ମୋଦିଙ୍କ ଏଭଳି ମନ୍ତବ୍ୟକୁ ନେଇ ଖପ୍ପା ହୋଇ ଅଭିଯୋଗ କରିଛନ୍ତି କଂଗ୍ରେସ ଓ ସିପିଆଇଏମ । ନିର୍ବାଚନ କମିଶନ ଅଭିଯୋଗକୁ ଗ୍ରହଣ କରିଛନ୍ତି ଏବଂ ପିଏମ ମୋଦିଙ୍କ ଭାଷଣର ରିପୋର୍ଟ ମାଗିଛନ୍ତି । ମୋଦି କେବଳ ବିଜେପିର ନେତା ନୁହନ୍ତି, ସେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ । ତେଣୁ ସେ ନିର୍ବାଚନୀ ପ୍ରଚାର ବେଳେ ସତର୍କ ରହିବାକୁ କଂଗ୍ରେସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe