ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ

277

କନକ ବ୍ୟୁରୋ : ରାଜଧାନୀରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ । ଆଜି ସିପିଆଇ ପକ୍ଷରୁ ଏନେଇ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ବର୍ତମାନ ପେଟ୍ରୋଲ ଓ ଡିଜେଲ ଦରରେ ୫୩ ଟଙ୍କା ଟିକସ ନିଆଯିବା ପରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲାଣି । ରାଜମହଲ ଛକରେ ବିରୋଧ ପ୍ରଦର୍ଶନ କରି ସିପିଆଇ ପକ୍ଷରୁ ଏପରି ଦରବୃଦ୍ଧି ଉପରେ ଲଗାମ ଲଗାଇବାକୁ ଦାବି କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ତୈଳ ଦରରେ ବୃଦ୍ଧିକୁ ପ୍ରତ୍ୟାହାର କରି ସାଧାରଣ ଖାଉଟିଙ୍କୁ ବଂଚିବାକୁ ସୁଯୋଗ ଦେବାକୁ ଦଳ ଦାବି କରିଛି । ତୁରନ୍ତ ତୈଳଦର ପ୍ରତ୍ୟାହାର ନହେଲେ ଆଗକୁ ସିପିଆଇ ଜୋରଦାର ପ୍ରତିବାଦ କରିବା ନେଇ ଚେତାବନୀ ଦେଇଛି ।