କଟକଣା ଭିତରେ ହୋଲି ଖେଳିବାକୁ ଟ୍ୱିନସିଟିବାସୀଙ୍କୁ ପୋଲିସ କମିଶନରଙ୍କ ପରାମର୍ଶ : କୋଭିଡ୍ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

147

କନକ ବ୍ୟୁରୋ : ଆସୁଛି ହୋଲି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ଚଳିତ ବର୍ଷ ହୋଲି ଘରେ ରହି ପାଳନ କରିବାକୁ କୁହାଯାଇଛି । ହୋଲି କଟକଣାକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ ।

ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ହୋଲି ନାଁରେ ପ୍ରୋସେସନ ନ କରିବାକୁ ଟ୍ୱିନସିଟିବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ବଢୁଥିବାରୁ ସଚେତନ କରୁଛୁ, ଏବେ କାର୍ଯ୍ୟାନୁଷ୍ଠାନ ହେବ । ଅମାନିଆଙ୍କ ଉପରେ ପୋଲିସ ନଜର ରଖିଛି । ପ୍ରଥମେ ଯେମିତି ସହଯୋଗ କରୁଥିଲେ, ସେମିତି ସହଯୋଗ ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ।