ଶାନ୍ତି ଶୃଙ୍ଖଳା ସହ ଚାଲିଛି ବନ୍ଦ ପାଳନ : ପ୍ରଭାବ ସେତେ ନାହିଁ, ସ୍ୱାଭାବିକ ଚାଲିଛି ଗାଡି ମଟର

ଭାରତ ବନ୍ଦକୁ ନେଇ ସୂଚନା ଦେଲେ ପୋଲିସ କମିଶନର 

85

କନକ ବ୍ୟୁରୋ : ଚାଷୀ ସଂଗଠନ ଦେଇଥିବା ବନ୍ଦର ଆଂଶିକ ପ୍ରଭାବ । ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ ।

ଭାରତ ବନ୍ଦକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,  ଏବେ ସୁଦ୍ଧା ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ ଚାଲିଛି । ପ୍ରଭାବ ସେତେ ନାହିଁ, ସ୍ୱାଭାବିକ ଗାଡି ମଟର ଚାଲୁଛି । ଏବେ ସୁଦ୍ଧା କେଉଁଠି ବି ବିଶୃଙ୍ଖଳା ଦେଖା ଯାଇନି । ସବୁଠି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପେଟ୍ରୋଲିଂକୁ କଡାକଡି କରାଯାଇଛି ।