ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣା । ୨ ସୁପାରୀ କିଲର ଗିରଫ, ଏ ଯାଏଁ ମୋଟ୍ ୯ ଜଣ ହେଲେଣି ଗିରଫ : ନ୍ୟାୟ ପାଇବେ ପୀଡିତଙ୍କ ପରିବାର : ସିପି

186

କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣାକୁ ନେଇ ପ୍ରେସମିଟ୍ କଲେ ପୋଲିସ କମିଶନର । ପ୍ରେସମିଟ କରି ଘଟଣା ସମ୍ପର୍କରେ ଦେଲେ ବିସୃତ ସୂଚନା । ମାମଲାରେ ୨ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି । ୨ ସୁପାରୀ କିଲର ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ ଗିରଫ । ୨ ଜଣଙ୍କୁ ବାଲିଗୁଡା ଡୁମୁଡିବନ୍ଧରୁ ଗିରଫ କରାଯାଇଛି ।

ଅପରାଧୀଙ୍କୁ ଘରେ ରଖିବା ମାମଲାରେ ଜଣଙ୍କୁ ବି ଗିରଫ କରାଯାଇଛି । ଏହାସହ ବର୍ତମାନ ସୁଦ୍ଧା ଘଟଣାରେ ଏ ଯାଏଁ ୯ ଜଣଙ୍କୁ ଗିରଫ କରାଗଲାଣି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଦୋଷୀଙ୍କୁ ଦଣ୍ଡ ସହ ପୀଡିତ ପରିବାରକୁ ନ୍ୟାୟ ମିଳିବ ଆଶା । ସେପଟେ ଅପରାଧୀଙ୍କୁ ଧରିଥିବା ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ସିପି ।