ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ପୁଲିସ କମିସନରଙ୍କ ସୂଚନା । ଖୋଲା ରହିବ କ୍ଷୀର, ଫଳ, ପନିପରିବା ଦୋକାନ

604

କନକ ବ୍ୟୁରୋ: ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସପିଂ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା କହିଛନ୍ତି ପୁଲିସ କମିସନର । କ୍ଷୀର, ଫଳ, ପନିପରିବା, ଦୋକାନ ଖୋଲା ରହିବ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ସେହିଭଳି କରୋନା ମୁକାବିଲା ପାଇଁ ରାଜ୍ୟରେ ଥିବା ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ଜାରି କରାଯାଇଛି ଗାଇଡଲାଇନ । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି ।

୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ । କାମ କରିନପାରିଲେ କମ୍ପାନୀ ନିୟମ ଅନୁସାରେ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଥଣ୍ଡା କାଶ ହେଉଥିଲେ ଅଫିସ ନଯିବାକୁ ପରାମର୍ଶ । ଅତି ଆବଶ୍ୟକ ନପଡିଲେ କର୍ମଚାରୀଙ୍କୁ ବିଦେଶ ନଯିବାକୁ ପରାମର୍ଶ ଦିଆଯିବା ସହ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।