ଟ୍ୱିନସିଟିରେ ହଟିଲା ସଟଡାଉନ କଟକଣା ହେଲେ କଡାକଡି ହେବ ଲକଡାଉନ ନିୟମ: ଜରୁରୀ ନଥିଲେ ଘରୁ ବାହାରିବା ମନା, ପରିବା କିମ୍ବା ତେଜରାତି ପାଇଁ ପାଖ ଦୋକାନକୁ ଚାଲି ଚାଲି ଯିବାକୁ ପରାମର୍ଶ; ବାଇକ୍ କାଢିଲେ ଲାଗିବ ମୋଟା ଅଙ୍କର ଜରିମାନା

368

କନକ ବ୍ୟୁରୋ: ଉଠିଲା ସଟଡାଉନ କଟକଣା । ହେଲେ କଡାକଡି ହେବ ଲକଡାଉନ କଟକଣା । ପୂର୍ବରୁ ଘୋଷଣା କରାଯାଇଥିବା ରାଜ୍ୟରେ ସାପ୍ତାହିକ ସଟଡାଉନ କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଥିବା ଶନିବାର ଏବଂ ରବିବାର ସଟଡାଉନ କଟକଣାକୁ ହଟାଇ ସୋମବାର ଠାରୁ ଆସନ୍ତା ୩୧ ଜୁଲାଇ ଯାଏ ଲକଡାଉନ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସ୍ୱାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍ ।

ତେବେ ରାଜ୍ୟରେ ପୂର୍ବରୁ ଥିବା ଶନିବାର ଏବଂ ରବିବାର ସଟଡାଉନକୁ ଇତିମଧ୍ୟରେ ପ୍ରତ୍ୟାହାର କରାଯାଇଥିବା ବେଳେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ କଟକଣାକୁ କଡାକଡି କରାଯାଇଛି । ଏହି ତାଲାବନ୍ଦ ସମୟରେ ସମସ୍ତ ଦୋକାନ, ଅଫିସ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ବନ୍ଦ ରହିବ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ ହେବ । ତେବେ ଏହି ସମୟ ଭିତରେ ଆପଣଙ୍କୁ ଘର ଭିତରେ ରହିବାକୁ ପଡିବ । ଯଦିଓ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ତେଜରାତି, ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ମାତ୍ର ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିକାବୁ କହିଛନ୍ତି  ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେହିଭଳି ଅତିଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସୁଧାଂଶୁ ଷଡଙ୍ଗୀ । ତେବେ ଯଦି କେହି ପରିବା କିମ୍ବା ତେଜରାତି ଜିନିଷ ପାଇଁ ଘରୁ ବାହାରୁଛନ୍ତି ତେବେ ପାଖ ଦୋକାନକୁ ଯାଆନ୍ତୁ ଆଉ ଚାଲି ଚାଲି ଯାଆନ୍ତୁ । ବାଇକ୍ ଯୋଗେ ବ୍ୟକ୍ତିଗତ ତଥା ପରିବା ଏବଂ ଗ୍ରୋସରୀ ସାମଗ୍ରୀ କିଣିବାକୁ ନ ଯିବାକୁ କଡା ଚେତାବନୀ ଦେଇଛି କମିଶନରେଟ ପୋଲିସ୍  ।

ସେହିପରି ପାଖ ଦୋକାନରୁ କିଣାକିଣି କରନ୍ତୁ ଓ ଚାଲିଚାଲି ଯାଆନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି ।  ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କ ରୁହନ୍ତୁ। ତାଲାବନ୍ଦବେଳେ ବାଇକ୍ ବ୍ୟବହାର କରନ୍ତୁ ନାହିଁ। ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ଆଇକାର୍ଡ଼ ଆବଶ୍ୟକ । ପନିପରିବା, ତେଜରାତି ଦୋକାନୀଙ୍କ ପାଇଁ ଅସୁବିଧା ହେବନି। ଗ୍ୟାସ୍ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି କମିଶନର କହିଛନ୍ତି । ବିଶେଷ କରି ପୂର୍ବରୁ ସରକାରଙ୍କ ଘୋଷଣାକୁ ଲୋକମାନେ ମାନୁନଥିବା ଦେଖାଯାଇଥିଲା। ଏଣୁ ଏଥର କମିସନରେଟ୍‌ ପୁଲିସ କଠୋର ହେବାକୁ ସ୍ଥିର କରିଛି। କୌଣସି ପରିସ୍ଥିତିରେ ଅଣସ୍ୱୀକୃତିପ୍ରାପ୍ତ ଗାଡ଼ିକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ସ୍ବାସ୍ଥ୍ୟଗତ, ବିବାହ ଓ ଅନ୍ୟାନ୍ୟ ଜରୁରୀକାଳୀନ କାମ‌ରେ ସ୍ୱୀକୃତି ନେଇ ବାହାରକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।