ରାଜଧାନୀରେ ଗାଡି ଚଳାଇବା ବେଳେ ଫୋନରେ ଗପିବା ପଡିଲା ମହଙ୍ଗା :  ରୋଡ ରୋମିଓଙ୍କୁ ସାବାଡ କଲେ କମିଶନରେଟ ପୁଲିସ

ଫୋନ ଛଡେଇ  କଲେ ଟ୍ୟୁସନ; ଭୁଲ ମାଗିଲେ ବାଇକ ଚାଳକ

1,028

କନକ ବ୍ୟୁରୋ : ରୋଡ଼ ରୋମିଓକୁ ସାବାଡ଼ କଲେ ପୁଲିସ କମିଶନର । ବେପାରୁଆ ଗାଡ଼ି ଚାଳକ ବିନା ହେଲମେଟରେ ଫୋନ ଧରି ଗପୁଥିଲେ । ସେହି ମସୟରେ ଫୋନ ଛଡ଼ାଇ ନେଇଛନ୍ତି ପିଏସଓ । ଭୁବନେଶ୍ୱର ଶସ୍ତ୍ରୀନଗର ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବେପାରୁଆ ଗାଡ଼ି ଚାଳକଙ୍କୁ ଅଟକାଇ ଫୋନ ଛଡ଼ାଇ ନେବା ସହ କିଛି ସମୟ ପାଇଁ ତାଙ୍କୁ ତାଗିଦ୍ କରିଥିଲେ ପୋଲିସ । ଏହା ପରେ ବାଇକ ଚାଳକ ଭୁଲ ମାଗିଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଛି । ଏହି ସବୁ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

• ମଦ ପିଇ ଗାଡି ଚଳାଇବା

• ଦ୍ରୁତ ଗତିରେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ।

• ରେଡ୍ ଲାଇଟ୍ ସିଗନାଲ୍ ଡେଇଁଲେ

• ଭୂଲ ଦିଗରେ ଗାଡି ଚଳାଇଲେ

• ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ

• ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ

• ବାଇକରେ ୩ ଜଣ ବସିଲେ

• ହେଲମେଟ୍ ନ ପିନ୍ଧିଲେ

• ଏବଂ ସିଟ୍ ବେଲ୍ଟ ନ ବାନ୍ଧିଲେ