ଘରେ ବସି କିଣାବିକା କରିପାରିବେ ଗାଈ, ମଇଁଷି : ଏଣିକି ଅନଲାଇନରେ ଗାଈ ହେଲା ଉପଲବ୍ଧ

45

ଏବେ ଆପଣଙ୍କୁ ବିଭିନ୍ନ ପ୍ରଜାତିର ଗାଈକୁ କିଣିବା ପାଇଁ କୈାଣସି ମେଳା, ଗାଈ ମାର୍କେଟ ବା ଅନ୍ୟ ରାଜ୍ୟ ଗୁଡିକୁ ଯିବାକୁ ପଡିବନି । ଆପଣ ଘରେ ବସି ଭଲ କିସମର ଗାଈ-ମଇଁଷିର କିଣା ବିକା କରିପାରିବେ ।

ଓଲଏକ୍ସ ଏବଂ କ୍ୱିକର ଭଳି କେତେକ ସାଇଟରେ ଆପଣଙ୍କୁ ୧୦ ହଜାରରୁ ନେଇ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗାଈ-ମଇଁଷି କିଣା ବିକା କରିପାରିବେ । ଲଖନଉର କୃଷ୍ଣା ନଗରରେ ରହୁଥିବା ଅନିକେତ ବର୍ମା ଗତ ୧୫ ଦିନ ପୂର୍ବରୁ ହିଁ ନିଜର ମଇଁଷିର ମୂଲ୍ୟ ୫୦ ହଜାର ଲଗାଇକି ତାକୁ କ୍ୱିକରରେ ବିକ୍ରି କରିବା ପାଇଁ ଦେଇଛନ୍ତି । ଅନିକେତ କହିଛନ୍ତି କି, ମଇଁଷିକୁ ନେବା ପାଇଁ ବହୁତ ଥର ଫୋନ ବି ଆସିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ବିକ୍ରି ହୋଇ ନାହିଁ । ଅନଲାଇନ ବିକ୍ରି କରିବା ସୁବିଧା ଜନକ । ପଶୁଙ୍କୁ ଅନ୍ୟ ସ୍ଥାନକୁ ନେଇ କି ଯିବାକୁ ପଡେନି । ତାହାର ପୁରା ବାୟୋଡାଟା- କେତେ କ୍ଷୀର ଦିଏ ଏବଂ କେଉଁ ପ୍ରଜାତିର ଦିଆଯାଇଛି ।

ଏପର୍ଯ୍ୟନ୍ତ ପଶୁ ପାଳନ ସହିତ ଜଡିତ କୃଷକ ଏହାର କିଣା ବିକା କରିବା ପାଇଁ ପଶୁ ମେଳା ବା ପଶୁ ମାର୍କେଟ ଭଳି ପାରମ୍ପରିକ ମଂଚ ଉପରେ ନିର୍ଭର କରନ୍ତି । କିନ୍ତୁ ଏବେ ସେମାନେ ଘରେ ବସି ତାଙ୍କର କିଣା ବିକା କରିପାରୁଛନ୍ତି । ଅନଲାଇନ୍ ରେ ପଶୁଙ୍କ କିଣାବିକାର ଏହି ଟ୍ରେଣ୍ଡ କେରଳ, ଆନ୍ଧ୍ର ପ୍ରଦେଶ ଏବଂ ପଂଜାବ ଆଦି କେତେକ ରାଜ୍ୟରେ ଦେଖିବାକୁ ମିଳିଛି । ଅଧିକାଂଶ ପଂଜାବ, ହରିୟାଣା, ରାଜସ୍ଥାନରେ ଗାଈ ଏବଂ ମଇଁଷିର ବିକ୍ରି ପ୍ରସ୍ତାବ ଅପଲୋଡ୍ ହେଉଛି ।

ଲଖନଉର ପବନ ଚତୁର୍ବେଦୀ ଅନଲାଇନରେ ଏକ ଗାଈ କିଣିଛନ୍ତି । ସେ ଗତ ମାସରେ ଗୋଟିଏ ଗାଈ କିଣିଥିଲେ, ତା’ପରେ ନିଜ ଗାଈ(ଦେଶୀ ପ୍ରଜାତି) ବିକ୍ରି କରିବା ପାଇଁ ବିଜ୍ଞାପନ ଦେଲେ । ପ୍ରଥମେ ଗାଈ-ମଇଁଷି କିଣିବା ପାଇଁ ଗାଈ ମାର୍କେଟ ଏବଂ ପଶୁ ମେଳା ଯିବାକୁ ପଡୁଥିଲା । ସେଥିରେ ଯଦି କୈାଣସି ଅସୁବିଧା ହୋଇଯାଏ, ତେବେ ମାଲିକ ବି ମିଳୁନଥିଲା । ଅନଲାଇନ କିଣାବିକାରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନମ୍ବର ବି ରହେ ।