ମା’ର ମମତାକୁ ବୁଝିବା ଏତେ ସହଜ ନୁହେଁ । ନିଜ ପିଲମାନଙ୍କ ପାଇଁ ଗୋଟେ ମା’ କ’ଣ ଯେ ନ କରି ପାରେ ତାହା କେହି କଳନା ପାରିବେ ନାହିଁ । ପିଲାମାନଙ୍କ ମନ କଥା ବୁଝିବା ସହ ସେମାନେ କେତେବେଳେ କ’ଣ ଚାହାଁନ୍ତି, ତାହା ଗୋଟେ ମା’ ଭଲ ଭାବରେ ଜାଣି ଯାଇଥାଏ । ମଣିଷ ହେଉ କି ପଶୁ, ଜଣେ ମା’ ହିସାବରେ ସେ ନିଜ ପିଲମାନଙ୍କ ମନ କଥା ବୁଝି ପାରିଥାଏ । ତେବେ ସୋସିଆଲ ମିଡିଆରେ ଏବେ ଗୋଟେ ଭାବୁକ କଲା ଭଳି ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଗୋମାତାଙ୍କ ଠାରୁ କିଛି କୁକୁର ଛୁଆ କ୍ଷୀର ପିଉଥିବାର ଦେଖା ଯାଇଛି । ଏହି ଫଟୋଟି ମା’ର ଶବ୍ଦକୁ ଏକ ନୂଆ ଅର୍ଥ ଦେଇଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ କ୍ଷୀର ପିଉଥିବା କୁକୁର ଛୁଆଙ୍କର ମା’ ସେମାନଙ୍କୁ ଜନ୍ମ ଦେବା ପରେ ଆର ପାରିକୁ ଚାଲି ଯାଇଥିଲା । ଯାହା ପରେ କୁକୁର ଛୁଆ ଭୋକ ବିକଳରେ ଗୋମାତାଙ୍କ ପାଖକୁ ଆସି କ୍ଷୀର ପିଇଥିଲେ । କୁକୁର ଛୁଆମାନଙ୍କ ଏଭଳି କାମକୁ ବିରୋଧ ନ କରି ଗୋମାତା ଶାନ୍ତିରେ ତଳେ ଶୋଇ ରହିଥିଲେ । ଏମିତି ଲାଗୁଥିଲା ଦୁହେଁ ଯେମିତି ପରସ୍ପରର କଥା ବୁଝି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/cow-1547190226.jpg)
/kanak/media/post_attachments/wp-content/uploads/2019/01/Thyra-300x300.jpg)