ବାରହା ଶିକାର କରିବାକୁ ବୋମା ରଖିଥିଲା ମଣିଷ । ବୋମା ଖାଇଦେବାରୁ ଗାଈ ପାଟିରେ ହେଲା ଭୟଙ୍କର ବିସ୍ଫୋରଣ ।

ବାରହା ଶିକାର କରିବାକୁ ବୋମା ରଖିଥିଲା ମଣିଷ । ବୋମା ଖାଇଦେବାରୁ ଗାଈ ପାଟିରେ ହେଲା ଭୟଙ୍କର ବିସ୍ଫୋରଣ ।

କନକ ବ୍ୟୁରୋ : ପୁଣି ଗାଈ ମୁହଁରେ ଫୁଟିଲା ବୋମା । ବାରହା ଶିକାର କରିବାକୁ କେହି ଜଣେ ବୋମା ରଖିଥିଲା । କିନ୍ତୁ ଗାଈ ପଡ଼ିଆରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଦେବାରୁ ପାଟିରେ ବିସ୍ଫୋରଣ ହୋଇଛି । ଆଉ ଗାଈଟି ଏବେ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି କରୋବର ଗାଁରେ । ପୂର୍ବରୁ ମଧ୍ୟ ସମାନ ଘଟଣା ଏହି ବାଙ୍କିରେ ଘଟିଥିଲା ।

ସଭ୍ୟ ସମାଜରେ ଏଭଳି ଘଟଣା, ବାରମ୍ବାର ମଣିଷପଣିଆକୁ ମାରିଦେଉଛି । ସୈତାନ ମଣିଷ ନିରୀହ ପଶୁଙ୍କ ସହ ଏଭଳି ଅତ୍ୟାଚାର କରିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି, ଯାହା ମଣିଷ ସମାଜର ମୁଣ୍ଡ ନୁଆଁଇଦେବ । ଏଭଳି ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe