କନକ ବ୍ୟୁରୋ : ପୁଣି ଗାଈ ମୁହଁରେ ଫୁଟିଲା ବୋମା । ବାରହା ଶିକାର କରିବାକୁ କେହି ଜଣେ ବୋମା ରଖିଥିଲା । କିନ୍ତୁ ଗାଈ ପଡ଼ିଆରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଦେବାରୁ ପାଟିରେ ବିସ୍ଫୋରଣ ହୋଇଛି । ଆଉ ଗାଈଟି ଏବେ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି କରୋବର ଗାଁରେ । ପୂର୍ବରୁ ମଧ୍ୟ ସମାନ ଘଟଣା ଏହି ବାଙ୍କିରେ ଘଟିଥିଲା ।
ସଭ୍ୟ ସମାଜରେ ଏଭଳି ଘଟଣା, ବାରମ୍ବାର ମଣିଷପଣିଆକୁ ମାରିଦେଉଛି । ସୈତାନ ମଣିଷ ନିରୀହ ପଶୁଙ୍କ ସହ ଏଭଳି ଅତ୍ୟାଚାର କରିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି, ଯାହା ମଣିଷ ସମାଜର ମୁଣ୍ଡ ନୁଆଁଇଦେବ । ଏଭଳି ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/43-1.jpg)