କନକ ବ୍ୟୁରୋ: ସମ୍ବଲପୁର ମହାନଗର ନିଗମର ବୁଲୁ ଥିବା ଗାଈଗୋରୁଙ୍କୁ ଗୁହାଳରେ ରଖିବା ନେଇ ଅଭିନବ ଉପାୟ । ମାଲିକଙ୍କୁ ସଚେତନ କରିବା ପାଇଁ ସହରରେ ବୁଲୁଛି ପ୍ରଚାର ଗାଡି । ଗାଈ ଗୁଡିକୁ ଘରେ ରଖ ନଚେତ ମହାନଗର ନିଗମ ଜବତ କରିବ ।
ବୁଲା ଗାଈଙ୍କ ପାଇଁ ବଢୁଛି ଦୁର୍ଘଟଣା! ସଚେତନତା ପାଇଁ ବୁଲୁଛି ପ୍ରଚାର ଗାଡି । ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଆଉ ଏହାର ମୁଖ୍ୟ କାରଣ ପାଲଟିଛନ୍ତି ବୁଲା ଗାଇଗୋରୁ । ତେଣୁ ଗାଈଗୋରୁଙ୍କୁ ମାଲିକମାନେ ଗୁହାଳରେ ରଖିବା ପାଇଁ ସଚେତନ କରାଉଛି ସମ୍ବଲପୁର ମହାନଗର ନିଗମ । ଏକ ସ୍ୱତନ୍ତ୍ର ପ୍ରଚାର ଗାଡି ସହର ସାରା ବୁଲି ପ୍ରଚାର କରୁଛି । ଗାଈମାନଙ୍କୁ ଘରେ ବାନ୍ଧି ରଖ ନହେଲେ ଗୋଶାଳା ପଠାଇ ଦିଆଯିବ । ଏହାସହ ମାଲିକଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦେଉଛି ମହାନଗର ନିଗମ ।
ସେପଟେ ବୁଲା ଗାଈଗୋରୁଙ୍କ ପାଇଁ ଅତିଷ୍ଠ ହୋଇ ଗଲେଣି ସମ୍ବଲପୁର ବାସିନ୍ଦା । ରାତିଦିନ ଯେତେବେଳେ ଦେଖିବେ ରାସ୍ତା ମଝିରେ ଗାଈ ଗୋରୁ ଶୋଇରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ତେବେ ସମ୍ବଲପୁର ମହାନଗର ନିଗମର ଚେତାବନୀ ଓ ସଚେତନ ଗାଈ ମାଲିକଙ୍କୁ କେତେ ମାତ୍ରାରେ ପ୍ରଭାବିତ କରୁଛି ତାହା ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/COW.jpg)
/kanak/media/post_attachments/wp-content/uploads/2019/07/1-11-300x225.jpg)
/kanak/media/post_attachments/wp-content/uploads/2019/07/2-8-300x162.jpg)