ମହାରାଷ୍ଟ୍ର ଯୋଗାଣ ବିଭାଗର ବିଚିତ୍ର ଚିତ୍ର । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ପହଂଚିଲା ଗୋଖାଦ୍ୟ । ଘଟଣାର ତଦନ୍ତ ଜାରି

138

କନକ ବ୍ୟୁରୋ : ସ୍କୁଲ ମାନଙ୍କରେ ଛାତ୍ର ଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟର ତଦାରଖ ଓ ପରିଚାଳନା ପାଇଁ ହଜାର ହଜାର କର୍ମଚାରୀ ବି ନିଯୁକ୍ତି କରାଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୋଗାଣ ବିଭାଗ ଅଧିକାରୀଙ୍କ ଖାମ୍ ଖିଆଲି ନୀତି ଯୋଗୁଁ ଏମିତି ଏକ ଖ ବର ଆସିଛି ତାହା ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି ।

ଖବର ଆସିଛି ମହାରାଷ୍ଟ୍ରରୁ । ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଏକ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ସ୍ଥାନରେ ଗୋଖାଦ୍ୟ ପାଠାଯାଇଛି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଏହି ସ୍କୁଲଟି ପୁଣେ ମ୍ୟୁନିସିପାଲ କର୍ପୋରେଶନ (ପିଏମସି) ଦ୍ୱାରା ପରିଚାଳିତ । କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ଛାତ୍ର ଛାତୀଙ୍କ ଘରେ ପହଂଚାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ସରକାରଙ୍କ ତରଫରୁ ଏହି କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ପିଏମସି ପରିଚାଳିତ ୫୮ ନମ୍ବର ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ପଠାଯାଇଥିବା ଖାଦ୍ୟ ସାମଗ୍ରୀରେ କେତକ ଗୋଖାଦ୍ୟ ପ୍ୟାକେଟ ଥିବା ନଜରକୁ ଆସିଥିଲା । ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଅଭିଯୋଗ ହେବା ପରେ ଖାଦ୍ୟ ସୁରକ୍ଷା ଓ ମାନ କର୍ତ୍ତୁପକ୍ଷ ର ଅଧିକାରୀ ମାନେ ସ୍କୁଲରେ ପଂଚି ଗୋଖାଦ୍ୟକୁ ଜବତ୍ କରିଛନ୍ତି । ପୁଣେ ମେୟର କହିଛନ୍ତି କି ମଣିଷ ପିଲାଙ୍କ ପାଇଁ ଗୋଖାଦ୍ୟ ଦେବା ଏକ ଦୁର୍ଭାଗ୍ୟଜନକ ଘଟଣା । ଏଭଳି ଅକ୍ଷମଣୀୟ ଅପରାଧ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଣେ ମେୟର ମୂୁରଲୀଧରନ୍ ସୂଚନା ଦେଇଛନ୍ତି ।