ଗାଇ ଖାଉଛି ଫୁଲ କୋବି । ଲକଡାଉନ ଯୋଗୁଁ ସହର ବାହାରକୁ ଯାଇପାରୁନି ପନିପରିବା, ବିକ୍ରି ଅଭାବରୁ ଗାଇଗୋରୁ ପାଟିକୁ ଯାଉଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ।

200

କନକ ବ୍ୟୁରୋ: ବିଲରେ ସଢୁଛି ଫୁଲ କୋବି । ବିକ୍ରି ଅଭାବ ଯୋଗୁ ଗାଇ ଗୋରୁ ଖାଉଛନ୍ତି ଚାଷିଙ୍କ କଷ୍ଟ ଉପାର୍ଜିତ ଫସଲ । ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭାବନୀୟ ଚିତ୍ର । ଲକ ଡାଉନ ଯୋଗୁ ସହର ବାହାରକୁ ଯାଇ ପାରୁନି ପନି ପରିବା । ଗ୍ରାମାଂଚଳର ଆର୍ଥୀକ ଲାଇଫ ଲାଇନ କୁହା ଯାଉ ଥିବା ସାପ୍ତାହିକ ହାଟ ମଧ୍ୟ ବନ୍ଦ । ସହର କିମ୍ବା ଜିଲ୍ଲା ବାହାର କୁ ରପ୍ତାନୀ ହୋଇ ପାରୁନି ମାଲକାନଗିରି କୋବି ।

ଏପରିକି ପ୍ରତି ଦିନ ଏକ ରୁ ଦୁଇ କ୍ୱିଣ୍ଟାଲ୍ ବିକ୍ରୀ ହବା ସ୍ଥାନ ରେ ମାଲକାନଗିରି ସଦର ମହକୁମା ରେ କେବଳ ୨୦ କେଜି କୋବି ବିକ୍ରୀ କରି ଘରକୁ ଫେରୁଛନ୍ତି ଚାଷୀ । ମାଲକାନଗିରି ଜିଲ୍ଲାର ଫୁଲ କୋବି, ପୋଟଳ, ଟମାଟୋ ଆଦି ପନି ପରିବା ପଡ଼ୋଶୀ ଆନ୍ଦ୍ର, ଛତିଶଗଡ ରେ ବେଶ ଚାହିଦା ରହିଛି । ତେବେ ପୁଲିସ ଭୟ ରେ ମାଲକାନଗିରି ସହ ସୀମା ଡେଇଁ ପାରୁ ନାହିଁ ମାଲକାନଗିରି ପନି ପରିବା । ଏ ନେଇ ଅଧିକ ସୁଚନା ଦେଇଛନ୍ତି ଆମ ପ୍ରତିନିଧୀ ଦେବବ୍ରତ ସାନା ।