କନକ ବ୍ୟୁରୋ : ୬ ନମ୍ବର ଜାତୀୟ ରାଜପଥରେ ଥିବା ବାଲେଶ୍ୱର ଜିଲ୍ଲାର ନନ୍ଦିକା ଗ୍ରାମ ନିକଟରେ ଆଜି ଭୋର ସାଢେ ୫ଟା ବେଳେ ପାଖାପାଖି ୫୦ରୁ ୬୦ ଗାଈ ନେଇ ଏକ ଟ୍ରକ୍‌ କୋଲକାତାକୁ ଯାଉଥିଲା । ଟ୍ରକ୍‌ ଟି ରାସ୍ତା କଡରେ ଓଲଟି ଯିବା ଫଳରେ ଦୁର୍ଘଟଣା ଗ୍ରସ୍ତ ହେଲା । ଏଥିରେ ୨୦ ରୁ ୨୫ ଜଣ ଗାଈଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି । ଗାଈଗୁଡିକ ଚାପି ହୋଇ ମରିଥିବାର ସୂଚନା ମିଳିଛି ।

Advertisment

ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଥିବାର ସୂଚନା ମିଳିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ (OR01-M-4158)କୁ ଜବତ କରିଛି ।  ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ରାସ୍ତା ଦେଇ ବାରମ୍ବାର କୋଲକାତାକୁ ଗୋଚାଲାଣ ହେଉଥିବା ଓ କୋଲକାତାରୁ ଚେନ୍ନାଇକୁ ଗୋମାଂସ ଯାଉଥିବାରୁ ଏ ପ୍ରସଙ୍ଗରେ ପ୍ରଶାସନ ନୀରବ ରହୁଥିବା ଯୋଗୁଁ ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଗତ ତିନି ବର୍ଷ ମଧ୍ୟରେ ଜଳେଶ୍ୱର ଅଞ୍ଚଳରେ ସହସ୍ରାଧିକ ଗାଈଙ୍କର ମୃତ୍ୟୁ ଘଟିଛି ।