ହରିୟାଣାରେ ଟିକାକୁ ନେଇ ଗୁଜବ : ଭ୍ୟାକ୍ସିନରେ ଗାଈର ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଉଡା ଖବର ପରେ ଟିକା ନେବାକୁ ଲୋକ ଅମଙ୍ଗ

ପ୍ରଶାସନକୁ ଚିଠି ଲେଖି ଟିକା ନେବାକୁ ଆପତ୍ତି କଲେ ଦକ୍ଷିଣ ହରିୟାଣାର ଲୋକେ

237

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଏଭଳି ଗୁଜବ ବ୍ୟାପିଛି ଯେ, ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଉଡା ଖବର ଉଠିଛି କରୋନା ଟିକାରେ ମିଶିଛି ଗାଈର ରକ୍ତ ଓ ଘୁଷୁରି ମାଂସ । ଏଭଳି ଗୁଜବ ହରିଆଣାରେ ଉଠିବା ପରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଏପରିକି ଦକ୍ଷିଣ ହରିଆଣାର ପଲୱଲ ଜିଲ୍ଲାରେ ଲୋକେ ଟିକା ନେବେନାହିଁ ବୋଲି ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ।

ସୂଚନା ଅନୁସାରେ, ପ୍ରାୟ ୫୦ରୁ ୬୦ ଜଣ ଲୋକ ଏକ ଚିଠି ଲେଖି କରୋନା ଟିକାରେ ଗାଈ ରକ୍ତ ମିଶିଥିବାରୁ ସେମାନେ ଟିକା ନେବାକୁ ଚାହୁଁ ନାହାନ୍ତି । ପୂର୍ବରୁ ମଧ୍ୟ ଏଭଳି ଗୁଜବ ଉଠିଥିଲା । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ପ୍ରତିକ୍ରିୟା ନେବାବେଳେ ସେମାନେ ଟିକାରେ ଘୁଷୁରି ମାଂସ ମିଶିଥିବା ସନ୍ଦେହ କରୁଛନ୍ତି ବୋଲି କହିଥିଲେ । ଏହାକୁ ନେଲେ ନପୁଂସକ ହୋଇଯିବା ଭୟ ରହିଛି ବୋଲି ସେମାନଙ୍କ ଆଶଙ୍କା ରହିଥିଲା । ହେଲେ ଏଭଳି ଗୁଜବକୁ ବିଶ୍ୱାସ ନକରିବାକୁ ପ୍ରଶାସନ କହିଛି । ଏଥିପାଇଁ ଲୋକଙ୍କ ବ୍ୟାପକ ସଚେତନତା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।