କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ

Advertisment
କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ

କନକ ବ୍ୟୁରୋ : ଭାରତରେ ଜରୁରୀକାଳୀନ ବ୍ୟବହାର ଲାଗି କୋଭିସିଲ୍ଡ ଏବଂ କୋଭାକ୍ସିନକୁ ମିଲିଲାନି ଅନୁମତି । ନିରାପତା ଓ ଗୁଣକାରିତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଉଭୟଙ୍କ ଆବେଦନକୁ ଅନୁମୋଦନ କରିନାହିଁ । ଏଥିସହ ଉଭୟ କମ୍ପାନିକୁ ଟିକା ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଫାଇଜର କମ୍ପାନୀ ସମେତ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା ଭାରତରେ ଜରୁରିକାଳୀନ ମାନବୀୟ ବ୍ୟବହାର ଲାଗି ଅନୁମତି ଦେବାକୁ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’ ନିକଟରେ ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ଆଜି ସିଡିଏସ୍ସିଓର ଏକ ବିଶେଷଜ୍ଞ କମିଟିର ବୈଠକରେ ଏନେଇ ଅନୁଧ୍ୟାନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe