ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ।

130

କନକ ବ୍ୟୁରୋ: ସାରାଦେଶରେ ମେ’ ୧ ତାରିଖରୁ ଜୋରଦାର ହେବ ଟିକାକରଣ । କାରଣ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ଟିକାକରଣ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟଗୁଡିକରେ ଟିକାର ଅଭାବ ନେଇ ହେଉଥିବା ଅଭିଯୋଗକୁ ଦେଖି ଏବେ କେନ୍ଦ୍ର କହିଛି, ରାଜ୍ୟଗୁଡିକୁ ସିଧାସଳଖ ଟିକା ଉତ୍ପାଦକଙ୍କଠାରୁ ଟିକା କିଣିପାରିବେ । ସେହିପରି ଘରୋଇ ହସ୍ପିଟାଲ ଓ ଅଧିକୃତ ଟିକା କେନ୍ଦ୍ର ମଧ୍ୟ ଟିକା ଆଣିପାରିବେ ।

ସରକାରଙ୍କ ଏହି ନିଷ୍ପତି ପରେ ଟିକା ଦର ଧାର୍ଯ୍ୟ କରିଛି ଦେଶର ସର୍ବାଧିକ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ସଂସ୍ଥା ପକ୍ଷରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଗୁଡିକ ପାଇଁ ଅଲଗା ଅଲଗା ଦର ଧାର୍ଯ୍ୟ କରାଯାଇଛି । ରାଜ୍ୟଗୁଡିକ ପାଇଁ ଗୋଟିଏ ଡୋଜି ଟିକାର ଦାମ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କାରାଯାଇଛି । ଏବଂ ଟିକାକେନ୍ଦ୍ର ଗୁଡିକୁ ପୂର୍ବ ପରି ୧୫୦ ଟଙ୍କାରେ ଟିକା ଯୋଗାଇ ଦେବ ସେରମ ଇନଷ୍ଟିଚ୍ୟୁଟ୍ ।

ଏଠାରେ ସ୍ପଷ୍ଟ କରିବାକୁ ଚାହିଁବୁ ଯେ, ଟିକା ଖୋଲା ବଜାରରେ ଉପଲବ୍ଧ ହେବନାହିଁ । ଅର୍ଥାତ ମେଡିସିନ ଦୋକାନରେ ଏବେ ଟିକା ମିଳିବ ନାହିଁ । କେବଳ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ ଓ ଅଧିକୃତ ଟିକା କେନ୍ଦ୍ର ହିଁ ସିଧାସଳଖ ଟିକା ଉତ୍ପାଦକଙ୍କଠାକୁ ଟିକା କିଣି ପାରିବେ । ଏହାରି ଭିତରେ ବଡ ପ୍ରଶ୍ନ ହେଉଛି ରାଜ୍ୟଗୁଡିକର ଚାହିଦା ମୁତାବକ ଟିକା ଯୋଗାଇ ପାରିବେ ତ ଟିକା ଉତ୍ପାଦକ । କାରଣ ଏବେ ଟିକା ଅଭାବରୁ ଏକାଧିକ ଟିକା କେନ୍ଦ୍ର ବନ୍ଦ ଥିବାର ଖବର ସାରାଦେଶରୁ ସାମ୍ନାକୁ ଆସିବାରେ ଲାଗିଛି ।