ମହାମାରୀ ସହ ମହାଲଢେଇ: ଟିକା ନେଉଛି ସାରା ଓଡିଶା; ଆଜି ଅପରାହ୍ନରେ ଆସିବ ଆଉ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା

63

କନକ ବ୍ୟୁରୋ: କରୋନା ସହ ଚାଲିଛି ଲଢେଇ । ଟିକା ନେଉଛି ସାରା ଓଡିଶା । ଆଜି ତୃତୀୟ ଦିନରେ ଚାଲିଛି ଟିକାକରଣ । ଗତକାଲି ଦ୍ୱିତୀୟ ଦିନରେ ଟିକାକରଣର ଶହେ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି । ଗତକାଲି ଲକ୍ଷ୍ୟ ଥିଲା ୩୧ ହଜାର ୯୦୨ । କିନ୍ତୁ ଏହାଠାରୁ ଅଧିକ ୩୨ ହଜାର ୫୨୬ ଜଣ ଟିକା ନେଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ପୂର୍ବରୁ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା ।

ସେପଟେ, ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବାବେଳେ ଆଜି ପହଂଚିବ ଦ୍ୱିତୀୟ ଦଫା କରୋନା ଟିକା । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସ ଜେଟରେ ଟିକା ଆସି ପହଞ୍ଚିବ । ୩ ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ପୂର୍ବରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା । ଦ୍ୱିତୀୟ ଦଫା କରୋନା ଟିକା ପହଞ୍ଚିବା ପରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ଟିକାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।

ତେଣୁ ପ୍ରଥମ ଟାର୍ଗେଟ୍ ଗ୍ରୁପର ଟିକାକାରଣ ଆଗାମୀ ୨୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଟିକାକରଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ମୋଟ୍ ୧୬ଶହ ୯୮ଟି ସେସନରେ ଟିକାକରଣ କରିବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ । ଆଜି ୧୯୨ଟି ସେସନ୍, ବୁଧବାର- ୯୨ ସେସନ୍, ଗୁରୁବାର- ୪୩୬ଟି ସେସନ୍, ଶୁକ୍ରବାର- ୧୪୧, ଶନିବାର- ୧୭୮, ରବିବାର ବିରତି ପରେ ଆଗାମୀ ସୋମବାର ପୁଣି ୨୭୯ଟି ସେସନରେ ଟିକାକରଣ କରାଯିବାକୁ ସ୍ଥିର ହୋଇଛି ।