କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର ।

154

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଘୋର ଅଭାବ ଯୋଗୁଁ ରାଜ୍ୟରେ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ଏହି ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ ଦେବା ପାଇଁ ୬ଲକ୍ଷ ୩୦ ହଜାର ଡୋଜ୍ ଆବଶ୍ୟକ ହେଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି ମାତ୍ର ୧ ଲକ୍ଷ ୧୦ ହଜାର ଡୋଜ୍ । ଆସନ୍ତାକାଲି ୫ ଟି ଜିଲ୍ଲାରେ ସଂପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, ସୋନପୁରରେ ଟିକା ଦିଆଯିବ ନାହିଁ । ମାତ୍ର ୩୯୨ଟି କେନ୍ଦ୍ରରେ ହେବ ଟିକାକରଣ ।