କୋଭାକ୍ସିନ ଏବଂ କୋଭିସିଲ୍‌ଡକୁ ୯୬ ରାଷ୍ଟ୍ରର ମାନ୍ୟତା : ଦେଶରେ ଏବେ ସୁଦ୍ଧା ଦିଆସରିଲାଣି ୧୦୯କୋଟିରୁ ଅଧିକ ଡୋଜ୍

Advertisment
କୋଭାକ୍ସିନ ଏବଂ କୋଭିସିଲ୍‌ଡକୁ ୯୬ ରାଷ୍ଟ୍ରର ମାନ୍ୟତା : ଦେଶରେ ଏବେ ସୁଦ୍ଧା ଦିଆସରିଲାଣି ୧୦୯କୋଟିରୁ ଅଧିକ ଡୋଜ୍

କନକ ବ୍ୟୁରୋ : ଭାରତୀୟ କୋଭିଡ୍ ଟିକା କୋଭାକ୍ସିନ୍ ଓ କୋଭିସିଲଡକୁ ଏପର୍ଯ୍ୟନ୍ତ ମିଳିସାରିଲାଣି ବିଶ୍ୱର ୯୬ଟି ରାଷ୍ଟ୍ରର ମାନ୍ୟତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ୮ଟି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ସେଥିରୁ ଭାରତରେ ପ୍ରସ୍ତୁତ କୋଭାକ୍ସିନ୍ ଓ କୋଭିସିଲ୍ଡ ରହିଛି । ସଂପୂର୍ଣ୍ଣ ସ୍ୱଦେଶୀ ଟିକା ହେଉଛି କୋଭାକ୍ସିନ୍ ।

ଏହି ଟିକାକୁ ହାଇଦ୍ରାବାଦର ଭାରତ ବାୟୋଟେକ୍ ସଂସ୍ଥା ପ୍ରସ୍ତୁତ କରୁଛି । ସେହିପରି କୋଭିସିଲ୍ଡକୁ ଅକ୍ସଫୋର୍ଡ ଓ ଏଷ୍ଟ୍ରାଜେନେକା ବିକାଶ କରିଛି । ଭାରତୀୟ ସଂସ୍ଥା ସିରମ୍ ଇନିଷ୍ଟିଚ୍ୟୁଟ୍ ଏହାର ଉତ୍ପାଦନ କରୁଛି । ଆସନ୍ତା ୨୨ ତାରିଖରୁ ବ୍ରିଟେନ୍ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହାର ସ୍ୱୀକୃତିପ୍ରାପ୍ତ କୋଭିଡ୍ ଟିକା ତାଲିକାରେ କୋଭାକ୍ସିନକୁ ସାମିଲ କରିବ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୯ କୋଟି ଟିକା ଡୋଜ୍ ଦିଆସରିଲାଣି ।

ଦେଶରେ ଟିକାକରଣ ବେଶ୍‌ ସଫଳତାର ସହ ଆଗକୁ ବଢ଼ୁଛି ଏବଂ ଆଜି ସୁଦ୍ଧା ୧୦୯ କୋଟି ଟିକା ଡୋଜ୍‌ ଦିଆସରିଲାଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି । ଗତକାଲି ଦେଶରେ ୪୮ ଲକ୍ଷ ୭୩ ହଜାର କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ୭୪ କୋଟି ୪୯ ଲକ୍ଷ ୭୮ ହଜାର ଲୋକ ଟିକାର ପ୍ରଥମ ଡୋଜ୍‌ ନେଇସାରିଛନ୍ତି ଏବଂ ୩୫ କୋଟି ୭୦ ହଜାର ଲୋକ ଉଭୟ ଡୋଜ୍‌ ନେଇସାରିଛନ୍ତି । ରାଜ୍ୟମାନଙ୍କ ପାଖରେ ୧୫.୯୨ କୋଟି ଡୋଜ୍‌ ମହଜୁଦ୍‌ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଦେଶରେ ଟିକାକରଣ ଅଭିଯାନ ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe