ହ୍ରାସ ପାଇବ କରୋନା ଟିକା ଦର । ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଦର ୨୭୫ଟଙ୍କାକୁ କମାଇଛନ୍ତି କେନ୍ଦ୍ର ସରକାରଙ୍କ ସଂସ୍ଥା

125

କନକ ବ୍ୟୁରୋ: ଖୁବ ଶୀଘ୍ର କମିପାରେ କରୋନା ଟିକାର ଦାମ । କୋଭିଡ ଭ୍ୟାକ୍ସିନ ଡୋଜ ପିଛା ୨୭୫ ଟଙ୍କାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ରେଗୁଲାର ମାର୍କେଟ ଆପ୍ରୁଭାଲ ପରେ ଏହି ରେଟ କମିବ ବୋଲି କୁହାଯାଉଛି । ନ୍ୟାସନାଲ ଫାର୍ମସୁଟିକାଲ ପ୍ରାଇସିଂ ଅଥୋରିଟି ଏ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ବର୍ତମାନ ମିିଳୁଥିବା କୋଭାକ୍ସିନ ଟିକା ୧୨ ଶହ ଟଙ୍କାରେ ମିଳୁଛି । ଯେଉଁଥିରେ ସର୍ଭିସ ଚାର୍ଜ ନାମରେ ଗ୍ରାହକଙ୍କୁ ୧୫୦ ଟଙ୍କା ଦେବାକୁ ପଡୁଛି । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗତ ଅକ୍ଟୋବର ମାସରେ ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ଏ ସମ୍ପକିତ ଅନୁମୋଦନ ପାଇଁ ଏକ ଆବେଦନ କରିଥିଲେ । ଟିକାର ଦାମ କମେଇବାକୁ ନ୍ୟାସନାଲ ଫାର୍ମସୁଟିକାଲ ପ୍ରାଇସିଂ ଅଥୋରିଟି ଏ ଦିଗରେ କାମ ଆରମ୍ଭ କରିବାକୁ କହିଛି । ତେବେ ଖୁବ ଶୀଘ୍ର କରୋନା ଟିକାର ଦାମ କମିପାରେ ବୋଲି ଆଶା କରଯାଉଛି ।