ରାଜ୍ୟରେ ଉପରମୁହାଁ କରୋନା ମିଟର । ୧୦ ହଜାର ଟପିଲା ସଂକ୍ରମଣ, ୨୪ଘଣ୍ଟାରେ ୧୭ ମୃତ

320

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି । ରାଜ୍ୟରେ ପୁଣି ୧୦ ହଜାର ଟପିଲା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସଂଗରୋଧରୁ ୫ ହଜାର ୯୪୫ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୭୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକଟରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ଝାରସୁଗୁଡ଼ାରୁ ୩୧୪, ବଲାଙ୍ଗୀରରୁ ୩୧୪, ନୂଆପଡ଼ା ୩୦୪,ମୟୂରଭଂଜରୁ ୨୮୮, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨ । ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୧୬ ହଜାର ୪୦୩ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ । ଗତ ୨୪ ଘଂଟାରେ ୧୭ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି ।