ରାଜ୍ୟରେ ସଂକ୍ରମଣକୁ ନେଇ ଡାକ୍ତର ନିରଜ ମିଶ୍ରଙ୍କ ବଡ ବୟାନ: କହିଲେ ଭୁବନେଶ୍ୱରରେ ପିକରେ ପହଂଚିଛି ସଂକ୍ରମଣ; ଅଗଷ୍ଟ ଶେଷ ସୁଦ୍ଧା କମିବା ଆରମ୍ଭ କରିବ ଆକ୍ରାନ୍ତଙ୍କ ସଂଖ୍ୟା

2,466

କନକ ବ୍ୟୁରୋ: ୨୪ ଘଂଟା ମଧ୍ୟରେ କରୋନା  ସଂକ୍ରମଣରେ  ଆଜି ଗଞ୍ଜାମକୁ ଟପିଛି ଖୋର୍ଦ୍ଧା । ଏନେଇ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ  କମିବା ଆରମ୍ଭ ହେବ । ଅଗଷ୍ଟ ଶେଷ ସୁଦ୍ଧା ସଂକ୍ରମଣ ସଂଖ୍ୟା କମିଯିବ ବୋଲି ଆଶା କରାଯାଇପାରେ ।

ଅକ୍ଟୋବର ମଧ୍ୟ ସୁଦ୍ଧା ଏହି ମହାମାରୀର ସବୁଠାରୁ ଖରାପ ସମୟ ଗତି କରିସାରିଥିବ । ସେହିଭଳି ଗଞ୍ଜାମ ସମ୍ପର୍କରେ ନୀରଜ ମିଶ୍ର କହିଛନ୍ତି, ଗଞ୍ଜାମରେ ପୂର୍ବରୁ ପଜିଟିଭ ମାମଲା ଅଧିକ ସଂଖ୍ୟାରେ ବଢିଥିଲା ଏବଂ ପିକ ସମୟ ଅତିବାହିତ କରିସାରିଛି । ଆଉ କିଛି ଦିନ ମଧ୍ୟରେ ଏହା ଜଣାପଡିବ । କାରଣ ଗଞ୍ଜାମରେ ଲକଡାଉନ ଉଠିବା ପରେ କରୋନା କେସ କମିଛି । ଆଉ କିଛି ଦିନ ମଧ୍ୟରେ  ଯଦି କେଶ ନ ବଢେ ଆମେ ଜାଣିବା  ଗଞ୍ଜାମ ପିକ ସମୟ ଅତିକ୍ରମ କରିସାରିଲାଣି ।