କରୋନା ଟୀକା: ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର । ଅକ୍ଟୋବର ଶେଷ ଭାଗରେ ଆସିପାରେ ଆମେରିକାର ୨ଟି ଭାକସିନ । ସେଣ୍ଟର ଫର ଡ଼ିଜିଜ୍ କଣ୍ଟ୍ରୋଲର ସୂଚନା ଉପଲବ୍ଧ ହେବ ଭାକସିନ୍- ଏ, ଭାକସିନ୍- ବି ।

1,128

କନକ ବ୍ୟୁରୋ: କେବେ ଆସିବ କରୋନା ଟୀକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟୀକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର ।

ଆମେରିକାରେ ପ୍ରସ୍ତୁତ ହେଉଥିବା ଦୁଇଟି ଟୀକା ଅକ୍ଟୋବର ଶେଷ ସୁଦ୍ଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏନେଇ ସିଡିସି ଅର୍ଥାତ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏହି ଦୁଇଟି ଟୀକା ପ୍ରସ୍ତୁତ କରାଯାଉଛି । ଭ୍ୟାକସିନ- ଏ, ଭ୍ୟାକସିନ ବି- ଏହି ଦୁଇଟି ଟୀକାର ବ୍ୟାପକ ପରୀକ୍ଷଣ କରାଯାଇଥିବା ସୂଚନା ଦିଆଯାଇଛି । ଆମେରିକାର ସ୍ୱାସ୍ଥ୍ୟ ବିଭାଗକୁ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ପଠାଯାଇଥିବା ରିପୋର୍ଟରେ ଦୁଇଟି ଭ୍ୟାକସିନ ପ୍ରସ୍ତୁତି ନେଇ ସବିଶେଷ ଉଲ୍ଲେଖ ରହିଛି ।