କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।
बच्चे सुरक्षित तो देश सुरक्षित!
मुझे बताते हुए खुशी है की 16 मार्च से 12 से 13 व 13 से 14 आयुवर्ग के बच्चों का कोविड टीकाकरण शुरू हो रहा है।
साथ ही 60+ आयु के सभी लोग अब प्रिकॉशन डोज लगवा पाएँगे।
मेरा बच्चों के परिजनों व 60+ आयुवर्ग के लोगों से आग्रह है की वैक्सीन जरूर लगवाएँ।
— Dr Mansukh Mandaviya (@mansukhmandviya) March 14, 2022
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ କରି କହିଛନ୍ତି, ଆସନ୍ତା ୧୬ ତାରିଖରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବ । କାରଣ ପିଲା ସୁରକ୍ଷିତ ତ ଦେଶ ସୁରକ୍ଷିତ । କେବଳ ୧୨ରୁ ୧୪ ବର୍ଷ ପିଲା ନୁହେଁ ବରଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ନେଇପାରିବେ । କରୋନା ବିପକ୍ଷ ମୁକାବିଲାରେ ଟିକାକରଣ ସବୁଠୁ ବଡ ଅସ୍ତ୍ର । ତେଣୁ ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହାପୂର୍ବରୁ ୧୫ରୁ ୧୮ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ମଧ୍ୟ ଟିକା ଦିଆଯାଇଥିଲା ।