କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା

ଦ୍ୱିତୀୟ ସ୍ଥାନରେ ରାଜ୍ୟ;କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

100

କନକ ବ୍ୟୁରୋ : ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦେଇ କୋଭିଡ୍ ଟିକାକରଣ ଜାରି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାର ହିସାବ ଅନୁସାରେ ପ୍ରଥମ ୫ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡିଶା ରହିଛି ଏବଂ ଏହାର ସ୍ଥାନ ଦ୍ୱିତୀୟରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ସର୍ବାଧିକ ୩୭.୫ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ପରିମାଣ ୩୫ ଦଶମିକ ୩ ପ୍ରତିଶତ ରହିଛି ।

ସେହିପରି ହରିଆଣାରେ ୨୬ ପ୍ରତିଶତ, କର୍ଣ୍ଣାଟକରେ ୨୫ ଦଶମିକ ୧ ପ୍ରତିଶତ ଓ ଆନ୍ଧ୍ର ପ୍ରଦେଶରେ ଟିକାଦାନ ପରିମାଣ ୨୩ ଦଶମିକ ୧ ପ୍ରତିଶତ । ଅନ୍ୟପଟେ ତାଲିକାର ଶେଷ ୫ଟି ରାଜ୍ୟରେ ରହିଛନ୍ତି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ପଂଜାବ ଓ ଲଦାଖ । ମହାରାଷ୍ଟ୍ର, କେରଳ ପରି ବେଶୀ କରୋନା ପ୍ରଭାବିତ ରାଜ୍ୟରେ ଟିକାକରଣ ଏତେ ପଛୁଆ ଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।