କାଲିଠୁ ପୁଣି ଟିକାକରଣ, ବଢିବ କେନ୍ଦ୍ର: ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; କାଲିଠୁ ଚାଲିବ ଟିକାଦାନ, ବଢିବ ଟିକାକରଣ ପାଇଁ କେନ୍ଦ୍ର

ଘରୋଇ ଓ ସରକାରୀ ମେଡିକାଲ କଲେଜ ସହ ୫ଟି ସ୍ଥାନରେ ଟିକାଦାନ । ୫ ହବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ କରାଯିବ

96

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ପୁଣି ହେବ ଟିକାକରଣ । ଆଉ ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା । କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟିକାକରଣ କରାଯିବ । ସବୁ ଟିକା କରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ ।

୫ଜଣ ବଦଳରେ ୬ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଗତକାଲି ସୁରୁଖୁରରେ ଟିକାକରଣ ହୋଇଛି । ୧୩ ହଜାର ୯୮୦ ଲୋକଙ୍କୁ ଟିକା ଦିଆଯାଇଛି । ୮୫ ପ୍ରତିଶତ ଟିକା କରଣ ହୋଇଛି । ୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଂଟ ହୋଇଛି । ଢ଼େଙ୍କନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ଭୟ ଯୋଗୁଁ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିବା ସେ କହିଛନ୍ତି ।