ଦିନକ ପରେ ଦେଶ ନେବ ଟୀକା । ଶନିବାର ସାଢେ ୧୦ଟାରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା ।

223

କନକ ବ୍ୟ୍ୟୁରୋ: ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାର ଦିନ ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି  ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ  ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ ।

ତେବେ ପ୍ରତ୍ୟେକ କେନ୍ଦ୍ରରେ ଦୈନିକ ସର୍ବାଧିକ ଶହେ ଜଣ ଟିକା ଦେଇପାରିବେ । କେବଳ ପଞ୍ଜିକୃତ ହୋଇଥିବା ଲୋକ ହିଁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବେ ।  ଟିକାକରଣ ପାଇଁ ଡିଜିଟାଲ ପ୍ଲାଟଫର୍ମରେ  କୋ-ୱିନ ନାମରେ ଏକ ଆପ୍ଲିକେସନ ବି ଆରମ୍ଭ ହେବ । ଏଥିରେ  ଟିକାକରଣ ପାଇଁ ସମସ୍ତ ପ୍ରକାରର ସୂଚନା ରହିବ । ଟିକା ନେଇ କୌଣସି ସନ୍ଦେହ ହେଲେ  ଏକ ହେଲପଲାଇନ ନମ୍ବର ବି ଜାରି କରାଯାଇଛି ।  ଦେଶରେ ୧୬ ତାରିଖରୁ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ  କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।