ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ, ‘ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ’

ଏପଟେ ହସ୍ପିଟାଲ ନଯାଇ ଅଫିସରେ ଟିକାନେବେ ଅଧିକାରୀ ଓ କର୍ମଚାରୀ

64

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ ।

ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ । ଏସବୁ ଭିତରେ ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବା ସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ । ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।