କରୋନା : ଯିବାକୁ ପଡ଼ୁନି ହସ୍ପିଟାଲ । ଚିନ୍ତା ଭିତରେ ସାମ୍ନାକୁ ଆସିଲା ଆଶ୍ୱସ୍ତିକର ଖବର

255

କନକ ବ୍ୟୁରୋ : କରୋନା ସଂକ୍ରମଣ ଦେଶରେ ବଢିବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଆସ୍ୱସ୍ତିକର ଖବର । କରୋନାରେ ସଂକ୍ରମଣ ହେଉଥିବା ବ୍ୟକ୍ତିଙ୍କୁ ମେଡିକାଲ ଯିବାକୁ ପଡୁନି । ଅର୍ଥାତ ଲୋକେ କରୋନାରେ ସଂକ୍ରମିତ ହୋଇ ଅଧିକ ଗୁରୁତର ହେଉ ନାହାନ୍ତି ।
ତେବେ ଲଗାତର ଚତୁର୍ଥ ଦିନ ପାଇଁ ଦେଶରେ ୨ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ହଜାର ୫ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୭୯ରେ ପହଂଚିଯାଇଛି । ଦେଶରେ ଦୈନିକ ସଂକ୍ରମଣ ହାର ଶୂନ ପ୍ରତିଶତ ୫୬ ରହିଛି । ସେହିପରି କରୋନା କାରଣରୁ ଗତ ୨୪ ଘଂଟାରେ ଦେଶରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୧୬୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଦେଶରେ ୨ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଓଡ଼ିଶାରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିଲେ ବି ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନାହିଁ । ଦେଶରେ ଏବେ ସଂକ୍ରମଣ ହାର ୧ ପ୍ରତିଶତରୁ କମ୍ ରହିଛି । ଓମିକ୍ରନର ନୂଆ ଭାରିଏଂଟରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବାରୁ ଲୋକେ ଘରେ ଆସୋଲେସନରେ ରହି ଚିକିତ୍ସିତ ହୋଇପାରୁଛନ୍ତି । ତା’ଛଡ଼ା କରୋନା ସଂକ୍ରମିତ ବ୍ୟକ୍ତି ଅନଲାଇନ୍ ମାଧ୍ୟମରେ ଡାକ୍ତରଙ୍କ ଠାରୁ ପରାମର୍ଶ ନିଜର ଚିକିତ୍ସା କରାଇପାରୁଛନ୍ତି । ସେଥିପାଇଁ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇନଥିବା ଡାକ୍ତରମାନେ କହିଛନ୍ତି ।