କନକ ବ୍ୟୁରୋ : ସିଲଭରସିଟିରେ ବଢୁଛି ସଂକ୍ରମଣ । ପୁଣି ୩୨ ନୂଆ ପଜିଟିଭ୍ ଚିହ୍ନଟ, କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ, ଟ୍ୱିଟ୍ କରି ସିଏମସି ଦେଲା ସୂଚନା । କଟକରୁ ଆଜି ୫ଟି ସ୍ଥାନୀୟ ସଂକ୍ରମଣ ସମେତ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜଣ ସଂଗରୋଧ କେନ୍ଦ୍ରର (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ) ହୋଇଥିବା ବେଳେ ଜଣେ ପେଡ୍ କ୍ବାରେଣ୍ଟାଇନରେ ଥିବା ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା । ସେମାନଙ୍କର ବୟସ ଯଥାକ୍ରମେ ୧୮ବର୍ଷ, ୨୫ ବର୍ଷ ଓ ୨ଜଣଙ୍କର ବୟସ ୪୦ ବର୍ଷ ଲେଖାଏଁ ରହିଛି । ତେବେ ପୁରୁଷ ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି କଟକରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହାର ୨ଗୁଣା ସଂକ୍ରମିତ ବାହାରି ଥିବାରୁ ସ୍ଥାନୀୟଲୋକଙ୍କର ଚିନ୍ତା ବଢ଼ିଯାଇଛି ।
ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ସିଏମସି...
ତେବେ ନୂଆ ୩୨ ଆକ୍ରାନ୍ତଙ୍କୁ ମିଶାଇ କେବଳ କଟକ ମହାନଗର ନିଗମରେ ଏପର୍ଯ୍ୟନ୍ତ ୩୯୮ ପଜିଟିଭ୍ କେସ୍ ବାହାରିଲାଣି । ସେଥି ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୬୫ ଜଣ ସକ୍ରିୟ ଅଛନ୍ତି । ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/07/4-20.jpg)