କନକ ବ୍ୟୁରୋ : ସିଲଭରସିଟିରେ ବଢୁଛି ସଂକ୍ରମଣ । ପୁଣି ୩୨ ନୂଆ ପଜିଟିଭ୍ ଚିହ୍ନଟ, କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ, ଟ୍ୱିଟ୍ କରି ସିଏମସି ଦେଲା ସୂଚନା । କଟକରୁ ଆଜି ୫ଟି ସ୍ଥାନୀୟ ସଂକ୍ରମଣ ସମେତ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜଣ ସଂଗରୋଧ କେନ୍ଦ୍ରର (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ) ହୋଇଥିବା ବେଳେ ଜଣେ ପେଡ୍ କ୍ବାରେଣ୍ଟାଇନରେ ଥିବା ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା । ସେମାନଙ୍କର ବୟସ ଯଥାକ୍ରମେ ୧୮ବର୍ଷ, ୨୫ ବର୍ଷ ଓ  ୨ଜଣଙ୍କର ବୟସ ୪୦ ବର୍ଷ ଲେଖାଏଁ ରହିଛି । ତେବେ ପୁରୁଷ ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି କଟକରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହାର ୨ଗୁଣା ସଂକ୍ରମିତ ବାହାରି ଥିବାରୁ ସ୍ଥାନୀୟଲୋକଙ୍କର ଚିନ୍ତା ବଢ଼ିଯାଇଛି ।

Advertisment

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ସିଏମସି...

ତେବେ ନୂଆ ୩୨ ଆକ୍ରାନ୍ତଙ୍କୁ ମିଶାଇ କେବଳ କଟକ ମହାନଗର ନିଗମରେ ଏପର୍ଯ୍ୟନ୍ତ ୩୯୮ ପଜିଟିଭ୍ କେସ୍ ବାହାରିଲାଣି । ସେଥି ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୬୫ ଜଣ ସକ୍ରିୟ ଅଛନ୍ତି । ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଛି ।