କନକ ବ୍ୟୁରୋ : ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଥମିନଥିବା ବେଳେ ଋଷରେ ଏବେ ପୁଣି କରୋନା ସଂକ୍ରମଣର ତୃତୀୟ ଲହର ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତାରେ ପୁତିନ୍ ସରକାର । କାରଣ ମହାମାରୀ ଆରମ୍ଭରରୁ ଗୋଟିଏ ଦିନରେ ଏହା ଋଷର ସର୍ବାଧିକ ସଂକ୍ରମିତ । କେବଳ ସେତିକି ନୁହେଁ ଗତ ୨୪ ଘଂଟାରେ ଋଷରେ କରୋନା ସଂକ୍ରମଣରେ ୧୧୫୯ ଜଣ ମୃତ୍ୟୁବରଣ କରିଛନ୍ତି ।
କହିରଖୁ କି ଗତ ସପ୍ତାହରୁ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପୁତିନ ସରକାର ଦେଶରେ ୧୧ ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଗୁରୁବାର (ଆଜି) ଠାରୁ ଋଷରେ ସ୍କୁଲ, କଲେଜ, ମଲ, ରେଷ୍ଟୁରାଣ୍ଟ ସମେତ ବଜାର ବନ୍ଦ କରିବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହାସହ ଜିମ୍ ଓ ଲୋକଗହଳୀ ସ୍ଥାନଗୁଡିକରେ ୧୧ ଦିନ ପାଇଁ କଟକଣା ଲାଗୁ କରାଯାଇଥିବା ଜଣାପଡିଛି । ଏହି କ୍ରମରେ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକ ଡେଲିଭରୀ ଅର୍ଡର ପାଇଁ ଖୁଲା ରହିବ । ଲୋକମାନଙ୍କୁ ସାର୍ବଜନୀକ ପରିବହନରୁ ଦୂରେଇ ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଋଷ ଅଧିକାରୀ ଆଶା ପ୍ରକାଶ କରିଛନ୍ତି ।
Russia reported 40,096 new cases and 1,159 fatalities, as Moscow shuts down non-essential services for 11 days to combat the surge in COVID19 infections: AFP
— ANI (@ANI) October 28, 2021
ଋଷ ସରକାର କେବଳ ଔଷଧ ଦୋକାନ ଓ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭ୍ଲାଦିମିର ପୁତିନ୍ କହିଛନ୍ତି କି ସ୍ଥିତି ଗମ୍ଭୀର ଥିବା ୮୫ ଟି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଛୁଟି ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପଟେ ଟିକା ନେଇ ନଥିବା ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଘରୁ ବାହାରକୁ ନବାହିରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।