ରାତି ପାହିଲେ ବୁର୍ଲା ଭିମସାରରେ ହେବ ପୁଲ ଟେଷ୍ଟିଂ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିଲେ, ପ୍ରତିଦିନ ୯୦ ଜଣଙ୍କ ହେବ ନମୁନା ପରୀକ୍ଷା । ସେପଟେ ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ସୋନପୁରରେ ସ୍ଥିତି ପରଖିଲେ ଅସିତ ତ୍ରିପାଠୀ ଓ ପାଣ୍ଡିଆନ୍ ।

238

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆସନ୍ତାକାଲିଠୁ ବୁର୍ଲା ଭିମସାରେ ହେବ ପୁଲ ଟେଷ୍ଟିଂ । ବୁର୍ଲା ବଡ ମେଡିକାଲରେ ସ୍ଥିତିର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟୃମନ୍ତ୍ରୀ ନବ ଦାସ । ଦୁଇଟି ସିଫ୍ଟପରେ ପ୍ରତିଦିନ ୯୦ ଜଣଙ୍କ ନମୁନା ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ରାଉରକେଲା ଏନଆଇଟିରୁ ୨ଟି ପିସିଆର ମେସିନ୍ ମଗାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସେପେଟ କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ କୋଭିଡ ହସ୍ପିଟାଲ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବରଗଡ, ବଲାଙ୍ଗୀର ଓ କନ୍ଧମାଳରେ ତିଆରି ହୋଇଥିବା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଫାଇଭ ଟି ସଚିବ ଭି କେ କାର୍ତିକେୟନ ପାଣ୍ଡିଆନ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଣ କଣ ବ୍ୟବସ୍ଥା କରାଯାଇଛି ସେନେଇ ତଦାରଖ କରାଯାଇଛି ।

ତେବେ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ କରିବା ପାଇଁ ଯୋଜନା ରଖିଥିବା ବେଳେ ବର୍ତମାନ ସୁଦ୍ଧା ୨୧ଟି ଜିଲ୍ଲାରେ ୨୪ ହସ୍ପିଟାଲ ସ୍ଥାପନ ବୋଇ ସାରିଛି । ଆସନ୍ତା ୨୦ ତାରିଖ ସୁଦ୍ଧା ଆହୁରି ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି ।