କୋଚିଂ ସେଂଟରରେ କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗ : ସିଲ୍ ହେଲା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଂଟର 

 ବିଏମସି କମିଶନରଙ୍କ ନିର୍ଦ୍ଦେଶରେ ଚଢ଼ାଉ ପରେ ସିଲ କଲେ ଡେପୁଟି କମିଶନର

262

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଗତ ୨୪ ଘଂଟାରେ ସର୍ବାଧିକ ୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ୱରରେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ସେହି ନିର୍ଦ୍ଦେଶ ଅନୁସାରେ, ଯାଂଚ କରି ଏକ ଘରୋଇ କୋଚିଂ ସେଂଟରକୁ ସିଲ୍ କରିଛି ବିଏମସି । କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ଡେପୁଟି କମିଶନର ପୁରନ୍ଦର ନନ୍ଦ କୋଚିଂ ସେଂଟରକୁ ସିଲ୍ କରିଛନ୍ତି । ପରବର୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ସେଂଟର ସିଲ୍ ରହିବ ।