କନକ ବ୍ୟୁରୋ : କରୋନା ସମୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ ଓ ପିପିଇ କିଟ୍ ବାବଦରେ ୧୩ କୋଟି ୮୫ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଧାୟକ କୁସୁମ ଟେଟେ । ଲିଖିତ ଉତରରେ ଖର୍ଚ୍ଚର ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଭେଂଟିଲେଟର, ପିପିଇ କିଟ୍ ଆଦି ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ଉପାୟରେ କ୍ରୟ କରି ରାଜ୍ୟରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି । ହେଲେ କେତେ ଟଙ୍କାରେ ଏନ୍-୯୫ ମାସ୍କ କିଣା ଯାଇଛି ତାହାର ତଥ୍ୟ ଦେଇନାହାନ୍ତି ସରକାର । ମନ୍ତ୍ରୀ କହିଛନ୍ତି...
- ପିପିଇ କିଟ୍ ବାବଦରେ ୫ କୋଟି ୮୯ ଲକ୍ଷ ଟଙ୍କା ଖର୍ଚ୍ଚ
- ୧୧ ଲକ୍ଷ ୪୬ ହଜାର ୨୮୫ ଏନ୍-ମାସ୍କ କିଣାଯାଇଛି
- ୬ ଲକ୍ଷ ୧୮ ହଜାର ୫୫୮ ସାନିଟାଇଜର କିଣାଯାଇଛି
- ସାନିଟାଇଜର ପାଇଁ ୧ କୋଟି ୨୮ ଳକ୍ଷ ୧୯ ହଜାର ୬୭୩ ଟଙ୍କା ଖର୍ଚ୍ଚ
- ୧ କୋଟି ୭୧ ଲକ୍ଷ ୭୯ ହଜାର ୪୫୫ଟି ତ୍ରିସ୍ତରୀୟ ମାସ୍କ କିଣାଯାଇଛି
- ତ୍ରିସ୍ତରୀୟ ମାସ୍କ ପାଇଁ ୧ କୋଟି ୯୫ ହଜାର ୭୦ ହଜାର ୬୫ ଟଙ୍କା ଖର୍ଚ୍ଚ
- ୧୬ ଲକ୍ଷ ୨୩ ହଜାର ୩ ଶହ ଗ୍ଲୋଭସ କିଣାଯାଇଛି
- ଗ୍ଲୋଭସ ପାଇଁ ୧ କୋଟି ୫୭ ଲକ୍ଷ ୪୬ ହଜାର ୧୨୯ ଟଙ୍କା ଖର୍ଚ୍ଚ
- ୮୨ ଲକ୍ଷ ୪୫ ହଜାର ୮୭୦ ଅପରେସନ୍ ଗ୍ଲୋଭସ୍ କିଣାଯାଇଛି
- ଅପରେସନ୍ ଗ୍ଲୋଭସ୍ ୧ କୋଟି ୧୨ ଲକ୍ଷ ୧୯ ହଜାର ୩୭୭ ଟଙ୍କା ଖର୍ଚ୍ଚ