କରୋନାର ତୃତୀୟ ଲହର ଆଶଙ୍କା ଭିତରେ ଆକ୍ସନରେ ମୋଦି । ଆଜି ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

156

କନକ ବ୍ୟୁରୋ : କରୋନା ତୃତୀୟ ଲହର ଆଶଙ୍କା ମଧ୍ୟରେ ଆକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ।
ଆଜି ସକାଳ ୧୧ଟାରେ ଭର୍ଚୁଆଲରେ ଏହି ବୈଠକ ହେବ । କରୋନା ଦ୍ୱିତୀୟ ଲହରର ପ୍ରକୋପ କମୁଥିଲେ ବି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏହି ରାଜ୍ୟଗୁଡିକରେ ସଂକ୍ରମଣ ଅଧିକ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବୋତର ରାଜ୍ୟଗୁଡିକ ସହ ବି କଥା ହୋଇଥିଲେ । ବର୍ତମାନ କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଟିକା ନେବା ସହ କୋଭିଡ ନିୟମ ପାଳନ କରିବା ବି ଜରୁରୀ ହୋଇପଡିଛି ।