କନକ ବ୍ୟୁରୋ : ଦେଶରେ କାଲି ରେକର୍ଡ ଆଜି ଭାଙ୍ଗୁଛି କରୋନା । ଦିନକରେ ୧ଲକ୍ଷ ୭୯ ହଜାର ୭୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୧୨.୫ ପ୍ରତିଶତ ବଢିଲା ସଂକ୍ରମଣ । ୨୪ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ହଜାର ୯୩୬ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୩ହଜାର ୬୧୯ । ସୁସ୍ଥ ହେଲେଣି ୩କୋଟି ୪୫ ଲକ୍ଷରୁ ଅଧିକ ହେବ । ଟିକା ନେଲେଣି ୧୫୧ କୋଟି ୯୪ ଲକ୍ଷରୁ ଅଧିକ । ସେହିପରି ଦେଶରେ ୪୦୩୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ୨୪ଘଣ୍ଟାରେ ୪୧୦ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।