କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୧୨ ହଜାର ୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶର ମୋଟ ମୃତ୍ୟୁ ସଂଖ୍ୟା ରହିଛି ୪ ଲକ୍ଷ ୫୯ ହଜାର ୮୭୩ ଜଣ । ୨୪ ଘଂଟାରେ ୧୨ ହଜାର ୧୬୫ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୪୮ ହଜାର ୯୨୨ଜଣ । ୩ କୋଟି ୩୭ ଲକ୍ଷ ୨୪ ହଜାର ୯୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୦୭ କୋଟି ୭୦ ଲକ୍ଷ ୪୬ ହଜାର ୧୧୬ ଜଣ କରୋନା ଟିକା ନେଇଛନ୍ତି । କେରଳରେ ୨୪ ଘଠଟାରେ ୭ ହଜାର ୫୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ଗତ ୨୪ ଘଂଟାରେ ୧୨,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୧ ମୃତ
/kanak/media/post_attachments/wp-content/uploads/2021/11/18-5.jpg)