କରୋନା ଭାଇରସ୍ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର #SafeHands ଚ୍ୟାଲେଞ୍ଜ ଆରମ୍ଭ : ସାମିଲ୍ ହେଲେ ସଚ୍ଚିନ-ସିନ୍ଧୁ-ସାନିଆ

245

କରୋନା ଭାଇରସ୍ କୁ ନେଇ ଚାରିଆଡେ ଏବେ ସଚେତନତା ବାର୍ତ୍ତା ଦିଆଯାଉଛି । ନେତା ଠାରୁ ଆରମ୍ଭ କରି ଅଭିନେତା , ଖେଳାଳୀ ସମସ୍ତେ ଦେଶବାସୀଙ୍କୁ ହାତ ଧୋଇବାର ପ୍ରଣାଳୀ ବିଷୟରେ ଅବଗତ କରାଇ ସଚେତନ କରାଉଛନ୍ତି । ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଅଭିଯାନର ଆରମ୍ଭ କରିଛନ୍ତି ଏବଂ ସମସ୍ତଙ୍କୁ ଆଲକହଲ୍ ଯୁକ୍ତ ସାନିଟାଇଜର୍ କିମ୍ବା ସାବୁନରେ ହାତ ଧୋଇବା ପାଇଁ ଅପିଲ୍ କରିଛନ୍ତି ।

ଡ଼ବ୍ଲୁଏଚଓ ଏହି ଅଭିଯାନକୁ ଆଗକୁ ବଢାଇବା ପାଇଁ #SafeHands ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି ଏବଂ ଲୋକଙ୍କୁ ଏହି ଅଭିଯାନ ଆଗକୁ ବଢାଇବା ପାଇଁ କହିଛନ୍ତି । ଏଥିରେ ବିଭିନ୍ନ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ ବାର୍ତ୍ତା ମଧ୍ୟ ଦିଆଯାଇଛି ।

ବର୍ତ୍ତମାନ ଏହି ଅଭିଯାନରେ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ , ମାଷ୍ଟରବ୍ଲାଷ୍ଟର୍ ସଚ୍ଚିନ୍ ତେନ୍ଦୁଲକର୍ , ହିମା ଦାସ , ପିଭି ସିନ୍ଧୁ ଏବଂ ସାନିଆ ମିର୍ଜା ଭଳି ଅନେକ ନାମୀ ଖେଳାଳୀ ସାମିଲ୍ ହୋଇଛନ୍ତି ।

ସମସ୍ତେ ନିଜ ନିଜ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରି ଲୋକଙ୍କୁ ଏହି ଅଭିଯାନରେ ଜଡିତ ହେବା ପାଇଁ ଅପିଲ୍ କରିଛନ୍ତି ।

ତେବେ ସର୍ବପ୍ରଥମେ ଏହି ଅଭିଯାନରେ ଭାରତର ଷ୍ଟାର୍ ବ୍ୟାଡ଼ମିଣ୍ଟନ୍ ଖେଳାଳୀ ଏବଂ ପୂର୍ବ ବିଶ୍ୱ ଚ୍ୟାମ୍ପିୟନ୍ ପି.ଭି. ସିନ୍ଧୁ ସାମିଲ୍ ହୋଇଥିଲେ । ସେ ଭିଡିଓ ସେୟାର୍ କରି କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ , ବିରାଟ୍ କୋହଲୀ ଏବଂ ଟେନିସ୍ ଖେଳାଳୀ ସାନିଆ ମିର୍ଜାଙ୍କୁ ଚ୍ୟାଲେଞ୍ଜ କରିଥିଲେ ।

 

View this post on Instagram

 

Sanitizing !! It’s the need of the hour .. even @izhaan.mirzamalik has it down 👋🏽 stay safe everyone #covıd19

A post shared by Sania Mirza (@mirzasaniar) on