କନକ ବ୍ୟୁରୋ : ସୁନ୍ଦରଗଡ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଘଟଣାରେ ପ୍ରତିକ୍ରିୟା ରଖିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ ସ୍କୁଲରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଗୁରୁତର ନାହାନ୍ତି । ଲକ୍ଷଣହୀନ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । କେବଳ ୩ଜଣଙ୍କ ଠାରେ ଲକ୍ଷଣ ରହିଛି । ଏବଂ ସ୍ଥାନୀୟ ପ୍ରଶାସନ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଛି । ଲୋକମାନେ ସଚେତନ ନହେଲେ ଆଗକୁ ସ୍ଥିତି ବିଗିଡିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇ ଦେଇଛନ୍ତି ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ହେଲା କଲେଛ ଛାତ୍ରଛାତ୍ରୀ ଟିକା ନେଇଥିବାରୁ ଗୁରୁତର ହେବାର ଆଶଙ୍କା କମ୍ ରହିଛି । କିନ୍ତୁ ସ୍କୁଲ ଛାତ୍ରୀଙ୍କୁ ନେଇ ଚିନ୍ତା ରହିଛି । ତେଣୁ ଯେଉଁମାନଙ୍କଠାରେ ଲ କ୍ଷଣ ଦେଖାଯାଉଛି ସେମାନେ ସ୍କୁଲ ନଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ସ୍କୁଲ ଓ କଲେଜ କର୍ତୃପକ୍ଷ ମଧ୍ୟ ଏହା ଉପରେ ନଜର ରଖିବାକୁ କହିଛନ୍ତି । ଶିକ୍ଷାନୁଷ୍ଠାନରେ କଡାକଡି କରୋନା ନିୟମ ପାଳନ କରିବାକୁ କୁହାଯାଇଛି । ତେବେ ଭୟଭିତ ନହୋଇ ସଚେତନ ରହିଲେ କରୋନା ସଂକ୍ରମଣକୁ ରୋକିହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।