କାୟା ମେଲାଉଛି କରୋନା: ଦିନକରେ ସର୍ବାଧିକ ୧୩ ହଜାର ୫୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୬ ମୃତ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ପାର୍; ୧୨ ହଜାର ୫୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

Advertisment
କାୟା ମେଲାଉଛି କରୋନା: ଦିନକରେ ସର୍ବାଧିକ ୧୩ ହଜାର ୫୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୬ ମୃତ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ପାର୍; ୧୨ ହଜାର ୫୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ: ଦେଶରେ ବହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୩୮୦୫୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪୭୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୨୫୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୨୪୮ ରହିଛି।

ମୃତବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶରେ ୯୨ ଜଣ, ଆସାମରେ ୯ ଜଣ, ବିହାରରେ ୪୪ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୧୯୬୯ ଜଣ, ଗୁଜରାଟରେ ୧୫୯୧ ଜଣ, ହରିୟାଣାରେ ୧୩୪ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୭୧ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୧୪ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୮୬ ଜଣ, ମହାରାଷ୍ଟ୍ରରେ ୫୭୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୮୩ ଜଣ, ରାଜସ୍ଥାନରେ ୩୨୩ ଜଣ, ତାମିଲନାଡୁରେ ୬୨୫ ଜଣ, ତେଲେଙ୍ଗାନାରେ ୧୯୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୬ ଜଣ, ଉତ୍ତରପ୍ରଦେଶରେ ୪୬୫ ଜଣ ଏବଂ ପଶ୍ଚମବଙ୍ଗରେ ୫୧୮ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୪), ଆନ୍ଧ୍ରପ୍ରଦେଶ (୭୫୧୮), ଅରୁଣାଚଳ ପ୍ରଦେଶ (୧୦୩), ଆସାମ (୪୭୭୭), ବିହାର (୭୦୨୫), ଚଣ୍ଡିଗଡ଼ (୩୭୪), ଛତିଶଗଡ଼ (୧୯୪୬), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୮) ଜଣ, ଦିଲ୍ଲୀ (୪୯୯୭୯), ଗୋଆ (୭୦୫), ଗୁଜରାଟ (୨୫୬୦୧), ହରିୟାଣା (୯୨୧୮), ହିମାଚଳ ପ୍ରଦେଶ (୫୯୫), ଜମ୍ମୁ ଓ କଶ୍ମୀର (୫୫୫୫), ଝାଡ଼ଖଣ୍ଡ (୧୯୨୦) କର୍ଣ୍ଣାଟକ (୭୯୪୪), କେରଳ (୨୭୯୪), ଲଦାଖ (୬୮୭), ମଧ୍ୟପ୍ରଦେଶ (୧୧୪୨୬), ମହାରାଷ୍ଟ୍ର (୧୨୦୫୦୪), ମଣିପୁର (୬୦୬), ମେଘାଳୟ (୪୪), ମିଜୋରାମ (୧୩୦), ନାଗାଲାଣ୍ଡ (୧୯୩),  ଓଡ଼ିଶା (୪୫୧୨), ପୁଦ୍ଦୁଚେରୀ (୨୭୧), ପଞ୍ଜାବ (୩୬୧୫), ରାଜସ୍ଥାନ (୧୩୮୫୭), ସିକିମ୍ (୭୦), ତାମିଲନାଡୁ (୫୨୩୩୪), ତେଲେଙ୍ଗାନା (୬୦୨୭), ତ୍ରିପୁରା (୧୧୫୫), ଉତ୍ତରାଖଣ୍ଡ (୨୧୦୨), ଉତ୍ତରପ୍ରଦେଶ (୧୫୧୮୧) ଓ ପଶ୍ଚିମବଙ୍ଗ (୧୨୭୩୫) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe