୩୧ ଗଣମାଧ୍ୟମ କର୍ମଚାରୀଙ୍କୁ କରୋନା । ଭୁବନେଶ୍ୱରରୁ ଗତକାଲି ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ । ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଲା

Advertisment
୩୧ ଗଣମାଧ୍ୟମ କର୍ମଚାରୀଙ୍କୁ କରୋନା ।  ଭୁବନେଶ୍ୱରରୁ ଗତକାଲି ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ । ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଲା

କନକ ବ୍ୟୁରୋ: ଗଣମାଧ୍ୟମର ୩୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଗତକାଲି ୫୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ବିଏମସି ତରଫରୁ କୁହାଯାଇଛି ଯେ, ୨୪୩ ଜଣ ଆକ୍ରାନ୍ତ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ଏଥିରୁ ୨ ଜଣଙ୍କ ଯାତ୍ରା ଇତିହାସ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ୩୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୭୨ ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱରରୁ ଏଯାବତ ୧୨ ହଜାର ୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫୨୩ ଜଣ ସୁସ୍ଥ ହୋଇଛନ୍ତି। ୪ ହଜାର ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୪୬ ଜଣଙ୍କର ମୃତ୍ୟୁ ହୋଇଛି।\nସ୍ଥାନୀୟ ସଂକ୍ରମଣ ଯୋଗୁଁ ଗତକାଲି ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ନୟାପଲ୍ଲୀ କେଳା ବସ୍ତିରୁ ୧୧ ଜଣ, ବଡ଼ଗଡ଼ ବ୍ରିଟ କଲୋନିରୁ ୧୦ ଜଣ ଆଇଆରସି ଭିଲେଜରୁ ୯ ଜଣ, ପାତ୍ରପଡ଼ାରୁ ୮ ଜଣ, ପଟିଆରୁ ୭ ଜଣ, ଶୈଳଶ୍ରୀ ବିହାର ଓ ବିଡିଏ କଲୋନିରୁ ୬-୬ ଜଣ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe