କନକ ବ୍ୟୁରୋ: ଦେଶରେ କରୋନା ମହାମାରୀର ଭୟଙ୍କର ରୂପ । ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତୃତୀୟ ଦିନ ହେଲା ପାଖାପାଖି ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୯ ହଜାର ୯୩୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୦୮ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିଭଳି ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଂଚିଛି ।
କୋଭିଡ-୧୯ରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟାରେ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୧୭ ହଜାର ୫୬୮ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି ।